ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ପାଣି ଟ୍ଯାଙ୍କର, ଡ୍ରାଇଭର ମୃତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ମହାମାରୀ ହଇଜା ପ୍ରବଣ ଅଞ୍ଚଳରେ ପିଇବା ପାଣି ଯୋଗାଣ ପାଇଁ ନିୟୋଜିତ ଥିବା ପାଣି ଟ୍ଯାଙ୍କର ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଡ୍ରାଇଭର ମୃତ୍ଯୁବରଣ କରିଥିବା ଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆହତ ବ୍ଯକ୍ତି ଜଣକୁ ପ୍ରଥମେ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତ୍ତୀ କରାଯାଇଛି। ମୃତକ ଜଣକ ହେଉଛନ୍ତି ଟିକିରି ଥାନା ମୁଶୁରିପଦର ଗ୍ରାମର କୁଷ୍ଟ ମାଝୀ ଓ ଗୁରୁତର ଜଣକ ହେଉଛନ୍ତି ସେହି ଗ୍ରାମର ଗିରିଧର ମାଝୀ। ଟ୍ଯାଙ୍କରଟି ଜଳ ଯୋଗାଣ ପାଇଁ ପଞ୍ଚାଳି ଯାଇ ଫେରୁଥିବା ସମୟରେ ଟିକିରି ଥାନା କାଳିଆପଡା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଯାହାଫଳରେ ଡ୍ରାଇଭର ଜଣକ ଟ୍ଯାଙ୍କର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ଯୁବରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.