ରାଜଧାନୀରେ ଡ୍ରାଇଭର ମହାସଂଘର ବିକ୍ଷୋଭ, ଭତ୍ତା ପ୍ରଦାନ ସହ ୧୦ଦଫା ଦାବି କରିଛି ସଂଘ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଡ୍ରାଇଭର ମହାସଂଘର ବିକ୍ଷୋଭ। ରାଜ୍ୟର ବିଭିନ୍ନ ସ୍ଥାନରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଡ୍ରାଇଭର । ସାମାଜିକ ସୁରକ୍ଷା, ବୀମାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବିରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ ସହ ୧୦ଦଫା ଦାବି କରିଛି ସଂଘ ।

ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି ହୋଇଛି । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ । ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.