Below header

ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ, ୨୦୨୨ରେ ଶିବକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଥିଲା

ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ । ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି । ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ । ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି । ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି । ବ୍ରାଉନସୁଗର କାରବାର କରି ଗିରଫ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ ।

୨୦୨୨ ଜାନୁଆରୀ ୨୫ରେ ଶିବକୁ କ୍ରାଇମବ୍ରାଞ୍ଚ STF  ଗିରଫ କରିଥିଲା । ତା ନିକଟରୁ ୩କିଲୋ ଏକଶହ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏହା ସହ ୩ଟି ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ସହ ନଗଦ ୬୫ ଲକ୍ଷ ୩୨ ହଜାର ୨ ଶହ ଟଙ୍କା ମଧ୍ୟ ଜବତ ହୋଇଥିଲା । ଏହି ମାମଲାରେ ଶିବ ସମେତ ୬ ଜଣଙ୍କୁ ଗିରଫ କରିଥିଲା STF । ତାଙ୍କ ଠାରୁ ଜବତ ଟଙ୍କା ଓ ବ୍ୟାଙ୍କ ଜମାକୁ ଵଜ୍ୟାପ୍ତ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ୍ STF । ଏବେ ଏହି ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.