ଅଶୁଭ ବୁଧବାର, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଆଘାତରେ ଚାଲିଗଲା ୫ଜଣଙ୍କ ଜୀବନ
ବିଜୁଳି ଆଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଇଛି ୫ଜଣଙ୍କ ଜୀବନ। ବଲାଙ୍ଗିର ଆଗଲପୁର ଗାଁରେ ବିଦ୍ୟୁତ୍ ତାରରେ ଲାଗି ଅକାଳରେ ପତିପତ୍ନୀଙ୍କ ମୃତ୍ୟୁ ଘଟିଛି। ଛାତ ଉପରେ ମହିଳା ଜଣକ ଲୁହା ତାରରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ପ୍ରବାହିତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସେହିପରି କଣ୍ଟାବାଞ୍ଜି ମୁରିବାହାଲ ଥାନା ଗୁରୁଣ୍ଡା ଗାଁରେ ସାନ ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ବଡ ଭାଇର ଜୀବନ ଯାଇଛି । ସକାଳେ ଭଉଣୀ ପ୍ରେମଲତା ଘର ଓଳାଇବା ସମୟରେ ଗଣେଶ ପୂଜା ପାଇଁ ଲାଗିଥିବା ଲିଚୁ ଲାଇଟ୍ ସଂଶ୍ପର୍ଶରେ ଆସିଥିଲେ। ଭାଇ କର୍ଣ୍ଣଦାନୀ ତାକୁ ବଞ୍ଚାଇବାକୁ ଆସି ନିଜେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ନୟାଗଡ଼ ଜିଲ୍ଲା ରଣପୁର ଥାନା ରଙ୍କ ଦେଉଳି ଗାଁରେ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ମଣ ସାହୁଙ୍କ ଘରି ବିଜୁଳି କାମ କରିବା ପାଇଁ ଇଲେକ୍ଟ୍ରିସିଆନ ରବି ପରିଡ଼ା ଯାଇଥିବା ବେଳେ ପ୍ରଥମେ ଲକ୍ଷ୍ମଣଙ୍କୁ ବିଜୁଳି ଆଘାତ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ରବି ମଧ୍ୟ ଆଘାତ ପାଇଥିଲେ। ସେମାନଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।