ମା’ ଦୁର୍ଗାଙ୍କର ଏହି ମନ୍ଦିର, ଯେଉଁଠି ଏକାଠି ଦର୍ଶନ କରନ୍ତିନି ସ୍ୱାମୀସ୍ତ୍ରୀ, ପୂଜା ପୂର୍ବରୁ ହୋଇଯାଆନ୍ତି ଅଲଗା

ଭାରତରେ ଅନେକ ମନ୍ଦିର ରହିଛି, ଯେଉଁଠି ଅଜବ ପରମ୍ପରା ସବୁ ପ୍ରଚଳିତ। ଏମିତି ଏକ ମନ୍ଦିର ରହିଛି ଶିମଲାର ରାମପୁର ସହରରେ, ଯେଉଁଠି ସ୍ୱାମୀସ୍ତ୍ରୀ ଏକ ସାଥୀରେ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। ଏବେ ଆପଣ ଭାବୁଥିବେ କାହିଁକି ଏମିତି ହୋଇଛି ? ଆପଣଙ୍କୁ କହି ରଖୁଛୁ କି, ଏହି ମନ୍ଦିର ହେଉଛି ମା’ ଦୁର୍ଗାଙ୍କର। ଏଠାରେ ଦମ୍ପତି ଏକାଠି ହୋଇ ମା’ଙ୍କୁ ପୂଜାର୍ଚ୍ଚନା କରିପାରିବେ ନାହିଁ। ତେବେ ଏହା ପଛରେ ଭଗବାନ ଶିବଙ୍କ ସହ ଜଡ଼ିତ ଏକ ରହସ୍ୟ ରହିଛି।

durga1

ଶିମଲାରେ ଥିବା ମା’ ଦୁର୍ଗାଙ୍କ ଏହି ମନ୍ଦିର ‘ଶ୍ରାଇ କୋଟି’ ନାମରେ ବେଶ୍‌ ଜଣାଶୁଣା, ଯେଉଁଠି ସ୍ୱାମୀସ୍ତ୍ରୀ ମନ୍ଦିରକୁ ଯାଇପାରିବେ ନାହିଁ କି ଏକାଠି ପୂଜା କରିପାରିବେ ନାହିଁ। ଏହା ପଛରେ ରହିଥିବା ଲୋକବିଶ୍ୱାସ ଅନୁଯାୟୀ, ଭଗବାନ ଶିବ ନିଜର ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକଙ୍କୁ ବ୍ରହ୍ମାଣ୍ଡକୁ ଥରେ ଘୁରି ଆସିବାକୁ କହିଥିଲେ। କାର୍ତ୍ତିକ ନିଜ ବାହନ ମୟୂର ଉପରେ ବସି ଚକ୍କର ଲଗାଇବାକୁ ଚାଲିଗଲେ, କିନ୍ତୁ ଗଣେଶ ଏହା କରି ନ ଥିଲେ। ସେ ନିଜ ମାତାପିତାଙ୍କ ଚାରିପାଖେ ବୁଲି ଆସି କହିଥିଲେ, ବ୍ରହ୍ମାଣ୍ଡ ମାତାପିତାଙ୍କ ଚରଣରେ ହିଁ ରହିଛି।

ଏହାସହ ପଢନ୍ତୁ: ଦେଖନ୍ତୁ ତ କିଭଳି ଦେଖାଯାଉଛି ଏହି ଅଦ୍ଭୁତ ଯାନ, ବାଇକ୍‌, ଉଡ଼ାଜାହାଜ ଓ ଜାହାଜର ‘ଥ୍ରୀ ଇନ୍‌ ଓ୍ଵାନ୍‌’

ସେପଟେ ଯେତେବେଳେ କାର୍ତ୍ତିକ ଫେରିଥିଲେ, ସେବେ ଭଗବାନ ଗଣେଶଙ୍କ ବିବାହ ହୋଇସାରିଥିଲା। ଏହା ଦେଖି କାର୍ତ୍ତିକଙ୍କୁ କ୍ରୋଧ ଆସିଥିଲା ଏବଂ ସେ କେବେ ବି ବିବାହ ନ କରିବାକୁ ସଂକଳ୍ପ ନେଇଥିଲେ। ଆଉ ଏହି ନିଷ୍ପତ୍ତିରେ ମାତା ପାର୍ବତୀ ରୁଷ୍ଟ ହୋଇଯାଇଥିଲେ। ପାର୍ବତୀ କହିଥିଲେ, ଯିଏ ବି ସ୍ୱାମୀସ୍ତ୍ରୀ ସାଥୀ ହୋଇ ତାଙ୍କ ମନ୍ଦିରରେ ଦର୍ଶନ କରିବେ, ସେମାନେ ଜଣେ ଜଣଙ୍କଠାରୁ ଅଲଗା ହୋଇଯିବେ। ସେବେଠାରୁ କେହି ଦମ୍ପତି ଏକାଠି ପୂଜାର୍ଚ୍ଚନା କରି ନ ଥାଆନ୍ତି। ଯଦିଓ ଏଠାରେ ସ୍ୱାମୀସ୍ତ୍ରୀଙ୍କ ପାଇଁ କୌଣସି ରୋକ୍‌ ନାହିଁ, ତଥାପି ସେମାନେ ମା’ଙ୍କ ଦର୍ଶନ କରିବା ପାଇଁ ଅଲଗା ଅଲଗା ଯାଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.