ସରକାରୀ କର୍ମଚାରୀ ଲାଞ୍ଚ ମାଗିବାରୁ ଏମିତି ବିରୋଧ କଲେ ବୃଦ୍ଧା,ସମସ୍ତେ ହୋଇଗଲେ ତାଜୁବ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଛତରପୁରରେ ଏକ ଏମିତି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ବୃଦ୍ଧା ଜିଲ୍ଲାପାଳଙ୍କ ଗାଡ଼ି ସାମ୍ନାରେ ଶୋଇପଡ଼ିଛନ୍ତି। ବୃଦ୍ଧାଙ୍କୁ ଗାଡ଼ି ଆଗରେ ଶୋଇଯିବା ଦେଖି ଜିଲ୍ଲାପାଳ ନିଜେ ଗାଡ଼ିରୁ ଓହ୍ଲେଇ ଆସି ତାଙ୍କୁ ଏହାର କାରଣ ପଚାରିବୁଝିଥିଲେ। ସେତେବେଳେ ଅସଲି କଥା ପଦାକୁ ଆସିଥିଲା।
ये हाल हैं इस देश में, बुजुर्ग नामांतरण के कलेक्टर के पैर पड़ रही हैं,इन्हें न्याय मिले @ndtvindia @OfficeOfKNath @ChouhanShivraj @INCMP @BJP4MP pic.twitter.com/QfnTcV4iyw
— Anurag Dwary (@Anurag_Dwary) September 4, 2019
ଜଣେ ସରକାରୀ କର୍ମଚାରୀ ବୃଦ୍ଧାଙ୍କର କୌଣସି କାମ କରିଦେବା ଲାଗିି ଲାଞ୍ଚ ମାଗିଥିଲେ। ମାତ୍ର ବୃଦ୍ଧା ଜଣକ ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ଲାଞ୍ଚ ଦେଇପାରିନଥିଲେ। ଫଳରେ ତାଙ୍କ କାମ ଅଟକି ରହିଥିଲା। ଏହାର ପ୍ରତିବାଦ କରି ବୃଦ୍ଧା ଜିଲ୍ଲା ମୁଖ୍ୟଙ୍କୁ ନିଜ ଗୁହାରୀ ଶୁଣାଇବାକୁ ତାଙ୍କ ଗାଡ଼ି ଆଗରେ ଶୋଇପଡ଼ିଥିବା କହିଛନ୍ତି।
ଏହାସହ ପଢ଼ନ୍ତୁ: ବାଣ କାରଖାନାରେ ବିସ୍ଫୋରଣ, ୧୩ ମୃତ ୫୦ରୁ ଊର୍ଦ୍ଧ୍ୱ ଗୁରୁତର
ଲବ କୁଶନଗର ତହସିଲ୍ର ଗୁଡ଼ା ଗାଁ ବାସିନ୍ଦା ଏହି ମହିଳା ସ୍ୱାମୀଙ୍କ ନାଁରେ ଥିବା ଏକ ଜମିର ରେଜିଷ୍ଟ୍ରେସନ୍ ପାଇଁ ଦୀର୍ଘଦିନରୁ ଆବେଦନ କରିଆସୁଥିଲେ। ମାତ୍ର ଭ୍ରଷ୍ଟ ଅଧିକାରୀ ତାଙ୍କୁ କାଗଜପତ୍ର କରିବା ପାଇଁ ଟଙ୍କା ମାଗିଥିଲେ। ଏହାକୁ ବିରୋଧ କରି ବୃଦ୍ଧା ଜଣକ ଜିଲ୍ଲାପାଳଙ୍କ ଗାଡ଼ି ସାମ୍ନାରେ ଧାରଣା ଦେଇଥିବା କହିଛନ୍ତି।