ନିୟମ ଉଲ୍ଲଂଘନ କଲେ ଯାହା ଫାଇନ ଆଦାୟ ହେଉଛି ତାହା ଅଧିକ ନା ଯୁକ୍ତିଯୁକ୍ତ, ଅନେକଙ୍କ ମନରେ ଉଠୁଛି ପ୍ରଶ୍ନ
ନିୟମ ଉଲ୍ଲଂଘନ କଲେ ଯାହା ଫାଇନ ଆଦାୟ ହେଉଛି ତାହା ଅଧିକ ନା ଯୁକ୍ତିଯୁକ୍ତ। ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଠୁଛି। ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଏପରି ପଦକ୍ଷେପ ନିଆଯାଇଛି। ୨୦୧୮ ମସିହାରେ ଦେଶରେ ୪ ଲକ୍ଷ ୬୧ ହଜାର ସଡ଼ ଦୁର୍ଘଟଣା ହୋଇଥିଲା। ସେଥିରେ ପ୍ରାୟ ୧ ଲକ୍ଷ ୫୦ ହଜାର ଜଣଙ୍କ ଜୀବନ ଯାଇଥିଲା। ୨୦୧୮ରେ ଓଡ଼ିଶାରେ ୫ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅର୍ଥାତ ପ୍ରତି ଲକ୍ଷେରେ ପ୍ରାୟ ୧୩ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଦୁର୍ଘଟଣା ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ଉତ୍ତରପ୍ରଦେଶ। ୨୦୧୮ରେ ୨୨ ହଜାର ୨୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଜନସଂଖ୍ୟା ଅନୁପାତ ଦେଖିଲେ, ହରିୟାଣାରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଅଧିକ। ଏହି ରାଜ୍ୟରେ ପ୍ରତି ଲକ୍ଷେ ଜନ ସଂଖ୍ୟାରେ ପ୍ରାୟ ୨୦ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଜନ ସଂଖ୍ୟା ଅନୁପାତରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟାରେ ୧୫ ନମ୍ବର ସ୍ଥାନରେ ରହିଛି ଓଡ଼ିଶା।