ଲଗାଣ ବର୍ଷା କାରଣରୁ ଭାଙ୍ଗିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ
ଘଟଗାଁ(କେନ୍ୟୁଜ): ଗତ ୨ଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଗୌଣୀଘଷା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ଥିବା ପୋଲ ଲଗାଣ ବର୍ଷା କାରଣରୁ ଭାଙ୍ଗି ଯାଇଛି। ଫଳରେ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।