ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର

ସମ୍ବଲପୁର : ବର୍ତ୍ତମାନ ଖଇରମାଳ ନିକଟରେ ମହାନଦୀକୁ ୬ ଦଶମିକ ୮ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୫ଲକ୍ଷ ୮୨ହଜାର କ୍ୟୁସେକ ପାଣି। ଆଜି ଅପରାହ୍ନ ସୁଦ୍ଧା ଏହି ପାଣି କଟକ ମୁଣ୍ଡୁଳିରେ ପହଞ୍ଚିବ। ମୁଣ୍ଡୁଳି ଦେଇ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ। ଫଳରେ ମହାନଦୀ ଅବବାହିକାରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି।
ଏହାକୁ ଦୃଷ୍ଟିରେ ରଖି ଯାଜପୁର, କଟକ,ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସେପଟେ ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ନଦୀରେ ପାଣି ବଢିବା ଆଶଙ୍କା ରହିଥିବାରୁ ମହାନଦୀ କୂଳରେ ଥିବା ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.