ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ବେଲଗୁଣ୍ଠା-ବାଲିପଦର ମଧ୍ୟରେ ଯାତାୟାତ ଠପ୍

ବନ୍ୟା ପାଣିରେ ଭାସିଗଲା ଅସ୍ଥାୟୀ ମାଟି ପୋଲ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅର୍ନ୍ତଗତ ଆମ୍ବପୁଆ-ଚଢିିଆପଲ୍ଲୀ ଦେଇ ଯାଇଥିବା ବୋଡା ନଦୀରେ ଏଭଳି ଘଟଣା ଘଟିଛି । ଦୁଇ ବର୍ଷ ପୂର୍ବରୁ ପୁରୁଣା ସ୍ଥାୟୀ ପୋଲଟି ଭାଙ୍ଗିଯିବା ପରେ ଯିବା ଆସିବା ପାଇଁ ଅସ୍ଥାୟୀ ପୋଲଟିଏ ନିର୍ମାଣ କରାଯାଇଥିଲା । ତେବେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଏବେ ମାଟି ପୋଲଟି ଧୋଇ ଯାଇଛି । ଫଳରେ ଭଞ୍ଜନଗର ଓ ବେଲଗୁଣ୍ଠା ଠାରୁ ବାଲିପଦର ମଧ୍ୟରେ ଯାତାୟାତ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.