ପାର୍ବଣ ଋତୁରେ ହତାଶ ମୂର୍ତ୍ତି କାରିଗର, ହାତ ବାନ୍ଧି ବସିଛନ୍ତି କୁମ୍ଭକାର ଓ ମୂର୍ତ୍ତି ଶିଳ୍ପୀ

କେନ୍ୟୁଜ (ବ୍ୟୁରୋ): ଆଗକୁ ପାର୍ବଣ ଋତୁ । ମୃର୍ତ୍ତି କାରିଗରଙ୍କ ବେପାର ମାନ୍ଦା । ହାତ ବାନ୍ଧି ବସିଛନ୍ତି କୁମ୍ଭକାର ଓ ମୂର୍ତ୍ତି ଶିଳ୍ପୀ । ଚଳିତ ବର୍ଷ କରୋନା ମହାମାରୀ ମୂର୍ତ୍ତି କାରିଗରଙ୍କ ଅଣ୍ଟା ଭାଙ୍ଗି ଦେଇଛି । କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅଞ୍ଚଳର ମୂର୍ତ୍ତି କାରିଗର ଏବେ ଚିନ୍ତାରେ । ମୂର୍ତ୍ତି ତିଆରି କରି ପରିବାର ଚଳାଉଥିବା କାରିଗରଙ୍କ ଉପରେ କରୋନା ଗଭୀର ପ୍ରଭାବ ପକାଇଛି ।

ଖାଲି ମୂର୍ତ୍ତି ନୁହେଁ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ଏମାନେ ବଜାରରେ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ମନ୍ଦିର, ଦୋକାନ ବଜାର ବନ୍ଦ ଥିବାରୁ କୌଣସି ଜିନିଷ ବିକ୍ରି କରିପାରୁନାହାନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୂର୍ତ୍ତି କାରିଗର ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.