ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ, ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ ୬ ଗିରଫ 

ମୋହନା(କେନ୍ୟୁଜ ବ୍ୟୁରୋ): ଗଜପତି ଜ଼ିଲ୍ଲା ଅଡବା ଏବଂ ଆର. ଉଦୟଗିରି ପୋଲିସ ପକ୍ଷରୁ ପୃଥକ ପୃଥକ ଚଢ଼ାଉ କରି ଦୁଇଟି ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ କରାଯାଇଛି l ଅଡବା ପୋଲିସ ଝିଲିକି ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୁଣ୍ଡାଇ କାର ନଂ OD-02-BG-1397ରୁ 53 କେଜି ଗଞ୍ଜେଇ ଜବତ କରିଛି l ଏହି ମାମଲାରେ ପୋଲିସ ପୁରୀ ଜ଼ିଲ୍ଲା କାକଟପୁର ଅଞ୍ଚଳର ଗାଡିଚାଳକ ଅଶୋକ କୁମାର ସେଠି କୁ ଗିରଫ କରିଛି l

ସେହିଭଳି ଆର. ଉଦୟଗିରି ସମ୍ବଲପୁର-ଅକୀଲୀମା ମଧ୍ୟରେ ଥିବା ରାଣୀ ଛକରେ ଯାଞ୍ଚ କଲାବେଳେ କାର ନଂ  MP-01-ED-8887 ରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା 100 କେଜି ଗଞ୍ଜେଇ ଜବତ କରିବା ସହ ମଧ୍ୟପ୍ରଦେଶର ଚାଲାଣ କାରି ମଦନଲାଲ ଜାଟଭ,ଦୀପକ ସିଂ,ଦୌଲତ ସିଂ,ଗଙ୍ଗାରାମ ଚାନ୍ଦ ଏବଂ ଗଜପତି ଜ଼ିଲ୍ଲା ପାଲକୁଆ ଗ୍ରାମର ଷଣ୍ଢ ଗମାଙ୍ କୁ ଗିରଫ କରିଛି l ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି l ଜବତ ଗଞ୍ଜେଇର ମୂଲ୍ୟ 7ଲକ୍ଷ 65 ହଜାର ବୋଲି ଏସଡ଼ିପିଓ ଅନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.