ପୁଣି ଅବହେଳା, ରୁପସା ନିକଟରେ ଦୁର୍ଘଟଣାରୁ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ୍‌

ଜଳେଶ୍ୱର (କେ ନ୍ୟୁଜ୍‌) : ଅସାବଧାନତାରୁ ଦୁର୍ଘଟଣା । ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ । ବାଲେଶ୍ୱର ରୁପସା ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

DURANTO-2ସୂଚନା ଅନୁଯାୟୀ, କିଛି ରେଳ କର୍ମଚାରୀ ଟ୍ରଲି ଯୋଗେ ସ୍ଲାବ୍‌ ନେଇ ଯାଉଥିବା ବେଳେ ଦୂରନ୍ତ ଏକ୍ସପ୍ରେସ୍‌ ହାବୁଡ଼ରେ ପଡ଼ିଥିଲେ । ଟ୍ରେନ୍‌ ଆସୁଥିବା ଟ୍ରାକ୍‌ରେ ହିଁ ସେମାନେ ସ୍ଲାବ୍‌ ପକାଉଥିଲେ । ସେତିକି ବେଳେ ଟ୍ରେନ୍‌ଟି ହାଓଡ଼ାରୁ ଭୁବନେଶ୍ୱର ଆସୁଥିଲା । ଅଚାନକ ଟ୍ରେନ୍‌କୁ ଦେଖି ସେଠାରେ କାମ କରୁଥିବା ସାତ ଜଣ ଗ୍ୟାଙ୍ଗମ୍ୟାନ୍‌ ଦୌଡ଼ି ପଳାଇଥିଲେ । ନଚେତ ଟିକକରେ ଜୀବନ ଚାଲି ଯାଇଥାନ୍ତା ।

DURANTO-3

ଅଳ୍ପକେ ଏହି ୭ ଜଣ ଗ୍ୟାଙ୍ଗମ୍ୟାନ୍‌ ବର୍ତ୍ତି ଯାଇଥିଲେ । ତେବେ ଟ୍ରାକ୍‌ରେ ପଡ଼ିଥିବା ସ୍ଲାବ୍‌ ଯୋଗୁଁ ଟ୍ରେନ୍‌ଟିର କ୍ଷତି ଘଟିଥିଲା । ଫଳରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା । ପରେ ରେଳବାଇ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେବା ପରେ ଟ୍ରେନ୍‌ଟି ବାଲେଶ୍ୱରରେ ପହଞ୍ଚିଛି ।
ପ୍ରଶ୍ନ ଉଠୁଛି, ଯେଉଁ ଟ୍ରାକ୍‌ରେ ଦୁରନ୍ତ ଏକ୍ସପ୍ରେସ୍‌ ଆସୁଥିଲା ସେହି ଟ୍ରାକ୍‌ରେ କିଭଳି କାମ କରାଯାଉଥିଲା ? ଟ୍ରାକ୍‌ରେ କାମ ଚାଲିଥିବା କଥା କଣ କାହାକୁ ଜଣା ନଥିଲା କି ? ଏ ନେଇ ତଦନ୍ତ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି । ଏଭଳି ଅବହେଳାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.