ବ୍ୟାଙ୍କ ଠକେଇ ମାମଲା: ବିଲ୍ଡର ସଂସ୍ଥାରେ ଇଡି ପକ୍ଷରୁ ଚଢ଼ାଉ
ବ୍ୟାଙ୍କ ଫ୍ରଡ୍ ମାମଲାରେ ବିଲ୍ଡର ସଂସ୍ଥାରେ ଚଢ଼ାଉ କରାଯାଇଛି । ସୁରନାଗ ବିଲ୍ଡର୍ସ ଉପରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଏକକାଳୀନ ୮ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଚାଲିଛି ।
ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ ଫ୍ରଡ୍ ମାମଲାରେ ବିଲ୍ଡର ସଂସ୍ଥାରେ ଚଢ଼ାଉ କରାଯାଇଛି । ସୁରନାଗ ବିଲ୍ଡର୍ସ ଉପରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଏକକାଳୀନ ୮ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଚାଲିଛି ।
ସଂସ୍ଥାର ଏମ୍ଡି ଅନୁରାଧା ପାତ୍ର ଓ ନିର୍ଦ୍ଦେଶକ ଅଶୋକ ପାତ୍ରଙ୍କ ଘରେ ଚଢାଉ ଚାଲିଛି । କଟକ ରୋଡ୍ ସ୍ଥିତ ଅଫିସ୍ରେ ମଧ୍ୟ ଛାପା ମାରୁଛି ଇଡି । ଚଢ଼ାଉ ବେଳେ ଇଡି ହାତରେ ବ୍ୟାଙ୍କ ଫ୍ରଡ୍ ସମ୍ପର୍କିତ ତଥ୍ୟ ମିଳିଛି ।