BPSL କମ୍ପାନୀର CMD ସଂଜୟ ସଂଘଲଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି, ମନି ଲଣ୍ଡ୍ରିଂରେ ହୋଇଛନ୍ତି ସଂପୃକ୍ତି

କେନ୍ୟୁଜ୍(ବ୍ୟୁରୋ): ସାମ୍ନାକୁ ଆସିଲା ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ-ବିପିଏସଏଲ କେଳେଙ୍କାରୀର ସାଂଘାତିକ ସତ । ମନି ଲଣ୍ଡରିଂରେ ସଂପୃକ୍ତି ନେଇ କଂପାନୀର ସିଏମଡି ସଂଜୟ ସଂଘଲଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଇଡି । ଏଥିସହ ଅନ୍ୟ ୨୪ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ଚାର୍ଜସିଟ୍‌ରୁ ଆସିଛି ବେଆଇନ ଅର୍ଥ କାରବାରର ସାଂଘାତିକ ତଥ୍ୟ । ସମ୍ବଲପୁରରେ ରହିଛି ଭୂଷଣ ପାୱାର ପ୍ଲାଣ୍ଟ । ଲଣ୍ଡନର ହାଇପ୍ରୋଫାଇଲ ୱାନ ହାଇଡ ପାର୍କ ଏରିଆରେ ୧୬୨ କୋଟି ଟଙ୍କାରେ ସିଂଘଲ ଏକ ଘର କିଣିଥିଲେ । ସେହିପରି ଦିଲ୍ଲୀର ପୋସ ଜୋରବାଗରେ ୭୪ କୋଟି ଟଙ୍କାରେ ତାଙ୍କର ଏକ ଘର ରହିଛି ।୨୦୦୭ରୁ ୨୦୧୪ ମସିହା ମଧ୍ୟରେ ୩୩ଟି ବ୍ୟାଙ୍କରୁ କଂପାନୀ ମୋଟ ୭୪ ହଜାର ୨୦୪ କୋଟି ଟଙ୍କା ଋଣ କରିଥିଲା । ସଞ୍ଜୟ ତିନିିଟି ଜାଲ କଂପାନୀ ଆରତି ଆଇରନ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ, ଟାଇଟାନିକ ଷ୍ଟିଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଓ ଭିଣ୍ଟେଜ ଷ୍ଟିଲ ପ୍ରାଇଭେଟ ଲିମିଟେଡ ନାଁକୁ ଶହେ ଅଠର କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିଲା । ଏହାପରେ ସେଥିରୁ ଏକ ବିଦେଶୀ କଂପାନୀ ଆରତି ଷ୍ଟିଲ ଗଲ୍ଫ ଏଫଜେଡସିଓକୁ ଟଙ୍କା ପଠାଯାଇଥିଲା । ସେଠାରୁ ଅବନ୍ତିକା ଗ୍ଲୋବାଲ ପ୍ରାଇଭେଟ ଲିମିଟେଡକୁ ଟଙ୍କା ଯାଇଥିଲା । ଗତବର୍ଷ ଅକ୍ଟୋବରରେ ଇଡି ସମ୍ବଲପୁର ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡକୁ ଆଟାଚ କରିଥିଲା । ଏବେ ଚାର୍ଜସିଟ ଦାଖଲ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.