Below header

ଏବେ ଅନଲାଇନରେ ମିଳିବେ ଓକିଲ, ଆଇନ ସମ୍ବନ୍ଧୀୟ ପରାମର୍ଶ ପାଇଁ ନିଅନ୍ତୁ ଏହି ୱେବସାଇଟର ସାହାଯ୍ୟ

ଆଜିର ସମୟରେ କୋଚିଂଠୁ ନେଇ ଟ୍ରେନ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ ହୋଇଯାଇଛି । ସମୟ ସହିତ ସାରା ଦୁନିଆ ଡିଜିଟାଲ ହେବାରେ ଲାଗିଛି। ତେବେ ଏହି କଥାକୁ ଧ୍ୟାନରେ ରଖି ଏବେ ଅନଲାଇନରେ ଓକିଲମାନେ ମଧ୍ୟ ଅନଲାଇନରେ ଆସିଗଲେଣି। ଅନେକ ଗୁଡିଏ ୱେବସାଇଟ ଲଞ୍ଚ ହୋଇସାରିଛି ଯାହାଦ୍ୱାରା ଆପଣ ଯେକୌଣସି ପ୍ରକାର ମାମଲା ପାଇଁ ଓକିଲ ପରାମର୍ଶ ନେଇପାରିବେ ଏବଂ ସେମାନଙ୍କୁ ହାୟାର ମଧ୍ୟ କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ୱେବସାଇଟ ବିଷୟରେ କହିବାକୁ ଯାଉଛୁ ଯେଉଁଠୁ ଆପଣ ଏହିସବୁ ସୁବିଧା ପାଇପାରିବେ।

Legistify

Image result for Lawyers online

ଏହା ଏକ ଜଣାଶୁଣା ଆଇନ ସମ୍ଵନ୍ଧିତ ୱେବସାଇଟ ଅଟେ ଯେଉଁଥିରେ ଆପଣ ନିଜ ବଜେଟ ହିସାବରେ ଓକିଲ ଚୟନ କରିପାରିବେ। Legistify ୱେବସାଇଟର ଦାବି ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୭୦ ହଜାରରୁ ଅଧିକ ଲୋକଙ୍କୁ ଆଇନଗତ ସାହାଯ୍ୟ କରାଯାଇ ସାରିଛି। ଆମାଜନ, ସ୍ନାପଡ଼ିଲ ଏବଂ ଓୟୋ ଭଳି କମ୍ପାନୀ ଗୁଡିକୁ ମଧ୍ୟ Legistify ୱେବସାଇଟ ସାହାଯ୍ୟ କରୁଛି। ତେବେ ଏହି ୱେବସାଇଟ ସହିତ ଦେଶର ୭୦୦ଟି ସହରରୁ ଓକିଲମାନେ ଯୋଡି ହୋଇ ରହିଛନ୍ତି।

LawRato

Image result for Lawyers online

ଅନଲାଇନ ଓକିଲ ପରାମର୍ଶ ପାଇଁ ଆପଣ LawRato ୱେବସାଇଟର ମଧ୍ୟ ବ୍ୟବହାର କରିପାରିବେ । ଏହା ଅନ୍ୟ ୱେବସାଇଟ ଗୁଡିକ ଠାରୁ ଟିକିଏ ଭିନ୍ନ ଅଟେ । କାରଣ ଏଥିରେ ଆପଣ ନିଜ ସହର ହିସାବରେ ଓକିଲ ସର୍ଚ୍ଚ କରି ସେମାନଙ୍କ ସହ କଥା ହୋଇପାରିବା ଭଳି ଫିଚର ଦିଆଯାଇଛି ଯାହାକି ଅନ୍ୟ କେଉଁ ୱେବସାଇଟରେ ଦିଆଯାଇ ନାହିଁ ।

vakilsearch

Image result for Lawyers online

ଏହି ୱେବସାଇଟରେ ଆପଣ ଓକିଲଙ୍କ ବିଷୟରେ ସୂଚନା ନେବା ବ୍ୟତୀତ ତାଙ୍କର ଆପଏଣ୍ଟମେଣ୍ଟ ମଧ୍ୟ ଫିକ୍ସ କରାଇ ପାରିବେ । ଏହା ବ୍ୟତୀତ vakilsearch ୱେବସାଇଟରେ ରେଣ୍ଟାଲ ଓ ଏମ୍ପ୍ଲଏମେଣ୍ଟ ଏଗ୍ରିମେଣ୍ଟ ଭଳି ସୁବିଧା ମଧ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.