୯ରୁ ପୁଣି ପଶ୍ଚିମା ଝଡ଼ ପ୍ରଭାବ, ଆଜିଠାରୁ ୨ଦିନ ଧରି ରାଜ୍ୟରେ ଅନୁଭୂତ ହେବ ଘନ କୁହୁଡ଼ି

ଭୁବନେଶ୍ବର(କେନ୍ଯୁଜ୍): ୯ରୁ ପୁଣି ପଶ୍ଚିମା ଝଡ଼ ପ୍ରଭାବ। ଆଜିଠାରୁ ଦୁଇଦିନ ଧରି ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ। ବର୍ଷା ପରେ ରାଜ୍ୟରେ ପୁଣି ଫେରିଛି ଶୀତ। ଆଗାମୀ ୨ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ରାତି ତାପମାତ୍ରାରେ ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ସମ୍ଭାବନା ରହିଛି।

ବର୍ଷା ପରେ ରାଜ୍ୟରେ ପୁଣି ଫେରିଛି ଶୀତ। ଦୁଇଦିନ ପାଗ କୋହଲା ସହ ବର୍ଷା ହେବା ପରେ ତାପମାତ୍ରା ପୁଣି କମିଛି । ଆଗାମୀ ୪ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବାଲେଶ୍ୱର ଭୋଗରାଇରେ ସର୍ବାଧିକ ୫୫ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆଉ ବର୍ଷା ସମ୍ଭବାନା ନାହିଁ। ୯ ତାରିଖ ଯାଏଁ ପାଗ ଶୁଖିଲା ରହିବ। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତ ଲହରୀ ଜାରି ରହିବ । ଆସନ୍ତାକାଲିଠୁ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.