ସବୁଠାରୁ ଶସ୍ତା ଆଇଫୋନ୍ ୧୨ କେବଳ ୪୧,୯୯୯ ଟଙ୍କାରେ ଉପଲବ୍ଧ, ଜାଣନ୍ତୁ ଆମାଜନ୍-ଫ୍ଲିପକାର୍ଟରେ କଣ ରହିଛି ଅଫର୍

ଆପଣ ମଧ୍ୟ ଆପଲ୍ ଆଇଫୋନ୍ ୧୨ କିଣିବାକୁ ଚିନ୍ତା କରୁଛନ୍ତି କି? ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ପ୍ରମୁଖ ୱେବସାଇଟ୍ ଏହି ସ୍ମାର୍ଟଫୋନରେ ବଡ ରିହାତି ପ୍ରଦାନ କରୁଛନ୍ତି । ଅଫର ଅନୁଯାୟୀ, ଏହି ସ୍ମାର୍ଟଫୋନ୍ ଡିସକାଉଣ୍ଟ୍ ଓ ଏକ୍ସଚେଞ୍ଜ ଅଫର୍ ସହିତ କିଣିପାରିବେ । ଏଠାରେ ଆମେ ଆପଣଙ୍କୁ ଉଭୟ ୱେବସାଇଟରେ ଉପଲବ୍ଧ ଅଫର ବିଷୟରେ କହିବାକୁ ଯାଉଛୁ । ଆପଣ ଏହି ଫୋନକୁ ଆମାଜନରେ ୪୧,୯୯୯ ଟଙ୍କାରେ ଏବଂ ଫ୍ଲିପକାର୍ଟରୁ ୪୪,୩୪୯ ଟଙ୍କାରେ କିଣି ପାରିବେ।

ଆଇଫୋନ୍ ୧୨ ର ୬୪ ଜିବି ଭାରିଆଣ୍ଟ ଆମାଜନରେ ୧୪ ପ୍ରତିଶତଡିସକାଉଣ୍ଟ୍ (୮,୯୦୧ ଟଙ୍କା) ବିକ୍ରି ହେଉଛି । ଏହା ଦ୍ୱାରା ଫୋନ୍ ର ଦାମ୍ ୬୫,୯୦୦ ଟଙ୍କାରୁ ହ୍ରାସ ପାଇ ୫୬,୯୯୯ ଟଙ୍କା ହୋଇଯାଉଛି । ଏହା ସହିତ ଫୋନରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ ।ଯାହାପରେ ଫୋନ୍ ର ଦାମ୍ ହେଉଛି ୪୧,୯୯୯ ଟଙ୍କା । ଏହି ଅଫର୍ ୨୫୬ ଜିବି ଭାରିଆଣ୍ଟ୍ ରେ ମଧ୍ୟ ରହିଛି ।

ସେହିଭଳି, ଫ୍ଲିପକାର୍ଟରେ ଆଇଫୋନ୍ ୧୨ (୬୪ ଜିବି) ୬୦,୧୯୯ ଟଙ୍କାରେ କିଣାଯାଇପାରିବ । ଏହି ଫୋନରେ ଫ୍ଲିପକାର୍ଟ ୮ ପ୍ରତିଶତ ଅଫର ଦେଉଛି । ଏହି ଇ-କମର୍ସ ସାଇଟ୍ ରେ ଆଇଫୋନ ୧୨ ଉପରେ ୮ ପ୍ରତିଶତ ଡିସକାଉଣ୍ଟ୍ ଦିଆଯାଉଛି । ଅର୍ଥାତ୍ ଫୋନ୍ ଟିକୁ ୫,୭୦୧ ଟଙ୍କାରେ କିଣାଯାଇପାରିବ । ଆପଣ କୁପନ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଅଫର୍ ଦ୍ୱାରା ଦାମ୍ କମାଇପାରିବେ । ଏହି କ୍ରମରେ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ୟୁଜର୍ସ ୫ ପ୍ରତିଶତ ଡିସକାଉଣ୍ଟ୍ ସହିତ ଅନଲିମିଟେଡ୍ କ୍ୟାସବ୍ୟାକ୍ ପାଇପାରିବେ ।

ଆଇଫୋନ୍ ୧୨ ରେ ୬.୧ -ଇଞ୍ଚ ସୁପର ରେଟିନା XDR ଡିସପ୍ଲେ ଅଛି । ଏଥିରେ ଫଟୋଗ୍ରାଫି ପାଇଁ 12MP + 12MP ଡୁଆଲ୍ ରିୟର କ୍ୟାମେରା ଏବଂ 12MP ଫ୍ରଣ୍ଟ କ୍ୟାମେରା ଅଛି । ଏହା ପରବର୍ତ୍ତୀ ଜେନେରେସନ୍ ନ୍ୟୁରାଲ୍ ଇଞ୍ଜିନ୍ ପ୍ରୋସେସର୍ ସହିତ A14 ବାୟୋନିକ୍ ଚିପ୍ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.