ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା: ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ୫ଗିରଫ

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା । ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ । ଗତ ଡିସେମ୍ବର ୨୯ରେ ବାଲେଶ୍ୱର ଇଣ୍ଡସଇଣ୍ଡ୍‌ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍‌ କରି ୧୨ଲକ୍ଷ ୪୫ ହଜାର ଟଙ୍କା ଲୁଟ୍‌ ହୋଇଥିଲା ।

ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ର । ଅଭିଯୋଗର ୧ ମାସ ପରେ ସାଇବର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଲୁଟେରାଙ୍କୁ ଧରିବାକୁ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶକ୍ରମେ ୬ ଜଣିଆ ଟିମ୍‌ ଗଠନ କରଯାଇଥିଲା । ଲୁଟେରାଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା, ୧୦ ଟି ମୋବାଇଲ ଫୋନ, ୧୪ ଟି ବିଭିନ୍ନ ବ୍ୟାଙ୍କର ATM, ୩୯ଟି ସିମ୍‌ କାର୍ଡ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.