ବିଡ଼ିଓଙ୍କ ଅଣଦେଖା ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟକୁ ତାଲା ଠୁଙ୍କିଲେ ନିର୍ବାଚିତ ଜନପ୍ରତିନିଧି

ବିଡ଼ିଓଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ବିଡ଼ିଓଙ୍କ ଦ୍ଵାରା ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ଗର୍ଜିଲେ ବ୍ଳକର ଜନପ୍ରତିନିଧି ।

ନବରଙ୍ଗପୁର : ବିଡ଼ିଓଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ବିଡ଼ିଓଙ୍କ ଦ୍ଵାରା ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ଗର୍ଜିଲେ ବ୍ଳକର ଜନପ୍ରତିନିଧି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଦେଇ ଧାରଣା ଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ବ୍ଲକ ର 11 ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ l

ବିଡ଼ିଓଙ୍କ ଦ୍ଵାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସଠିକ ସୂଚନା ନ ଦେବା, ବୈଠକ ପୂର୍ବ ଦିନ ରାତିରେ ହ୍ଵାଟ୍ସଆପ ଗ୍ରୁପରେ ମେସେଜ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି l ଅନେକ ମେମ୍ବରଙ୍କ ସ୍ମାର୍ଟ ଫୋନ ନ ଥିବା ବେଳେ ବୈଠକ ବାବଦରେ ଅବଗତ ହୋଇନ ପାରି ବୈଠକରେ ଯୋଗ ଦେଇ ପାରୁନଥିବା ଅଭିଯୋଗ କରିଛନ୍ତି । ଏବାବଦରେ ଅନେକ ଥର ସୂଚନା ଦିଆଯାଉଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହେଉନଥିବା ଅଭିଯୋଗ କରିଛନ୍ତି । ଏଥିସହ ବିଡ଼ିଓଙ୍କ ଦ୍ଵାରା ବିଭିନ୍ନ ସମୟରେ ଗାଁକୁ ଯାଇ ହିତାଧିକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗ କରିଛନ୍ତି ଧାରଣାରତ ଜନପ୍ରତିନିଧି l

ସେହିଭଳି ବିଡ଼ିଓ କାହାକୁ କିଛି ନଜଣାଇ ଯୋଜନାର ଅର୍ଥଗୁଡିକ ହେରଫେର କରୁଥିବା ଅଭିଯୋଗ କରାଯାଇଛି l ଯେତେଦିନ ଯାଏଁ ବିଡ଼ିଓଙ୍କ ବଦଳି ନ ହୋଇଛି ସେତେଦିନ ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଧାରଣା ରତ ପ୍ରତିନିଧି । ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଇ ଧାରଣା ଦେଲେ ଅଧ୍ୟକ୍ଷାଙ୍କ ସହିତ ବ୍ଲକର 11 ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ । ଅପରପକ୍ଷରେ ସେ କୌଣସି ଭୁଲ କରିନଥିବା ଏବଂ ଜନପ୍ରତିନିଧିଙ୍କ ଅଭିଯୋଗରେ ସତ୍ୟତା ନଥିବା କହିବା ସହ ସମସ୍ତ ପ୍ରତିନିଧିଙ୍କୁ ସ୍ଥାନୀୟ ପିଇଓଙ୍କ ଦ୍ଵାରା ସୂଚନା ପ୍ରଦାନ କରାଯାଉଥିବା କହିଛନ୍ତି ବିଡ଼ିଓ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.