ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍: ଆଜି ସମସ୍ତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା

ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍ । ଆଜି ଓ ଆସନ୍ତାକାଲି ଓଡ଼ିଶାରେ ରହିବେ ।

ଭୁବନେଶ୍ୱର(କେନ୍ୟୁଜ୍‌):  ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍ । ଆଜି ଓ ଆସନ୍ତାକାଲି ଓଡ଼ିଶାରେ ରହିବେ । ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ଏଥିପାଇଁ EVM ସ୍ଥିତି, ବୁଥ୍ ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିବେ ।

ଆଜି ସମସ୍ତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର ଓ ଟିମ୍ । ଦ୍ବିତୀୟାର୍ଦ୍ଧରେ ଆରଡିସି, ଜିଲ୍ଲାପାଳ ଓ ଏସପି ମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ, ମୁଖ୍ଯ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ । ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ଓ ଆଲୋଚନା ପରେ ଆସନ୍ତାକାଲି ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.