ଅନୁଗୁଳ ବାଲିଜେରେଙ୍ଗ ଗାଁରେ ଅଭାବନୀୟ ଘଟଣା, ଫସଲ ଖାଇବାକୁ ଆସି ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡିଲା ହାତୀ
ଅନୁଗୁଳ: କୂଅରେ ପଡ଼ିଲା ହାତୀ। ଅନୁଗୁଳ ପୁରୁଣାଗଡ଼ ରେଞ୍ଜ ବାଲିଜେରେଙ୍ଗ ଗାଁରେ ଘଟିଛି ଅଘଟଣ। ହାତୀକୁ ଉଦ୍ଧାର କରିବାକୁ ବନବିଭାଗ ପକ୍ଷରୁ ଚେଷ୍ଟା ଜାରି ରଖିଛି।
ଗତକାଲି ବିଲମ୍ବିତ ରାତିରେ ଏକ ପରିତ୍ୟକ୍ତ କୂଅରେ ହାତୀଟି ପଡିଯାଇଛି। ହାତୀଟି ଫସଲ ଖାଇବାକୁ ଆସି କୂଅରେ ପଡିଯାଇଛି। ଜେସିବି ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।