ଆଜି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ବୁଲି ଦେଖିବେ ଅତିରିକ୍ତ ମୁଖ୍ୟ ସଚିବ

କରଞ୍ଜିଆ: ମୟୂରଭଞ୍ଜରେ ଶିମିଳିପାଳ ଅଭୟାରଣ୍ୟର ବନାଗ୍ନିର ସମୀକ୍ଷା କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା । ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍‌, ଏସ୍‌ପି ପାରମାର ସ୍ମିଥ ପୁରୁଷତ୍ତୋମଦାସ୍‌, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉତ୍ତର ଉପ ନିର୍ଦ୍ଦେଶକ, ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ଡିଏଫ୍‌ଓ ଯୋଗ ଦେଇଥିଲେ ।

ଶିମିଳିପାଳ ଅଭୟାରଣ୍ୟ ନିଆଁକୁ ଆୟତ୍ତ କରାଯାଇ ପାରିଥିବା ସମୀକ୍ଷା ପରେ ମୋନା ଶର୍ମା କହିଛନ୍ତି । ତେବେ ବର୍ଷା ଯୋଗୁଁ ଅଧିକ ଶୀଘ୍ର ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ସେ କହିଛନ୍ତି । ଏହାସହ ଲୋକଙ୍କୁ ସଚେତନ କରିବା ଉପରେ ବିଭାଗ ଅଧିକ ଗୁରୁତ୍ୱ ଦେଇଥିବା ସେ କହିଛନ୍ତି । ଆଜି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ବୁଲି ଦେଖିବେ ଅତିରିକ୍ତ ମୁଖ୍ୟ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.