ସାତକୋଶିଆରେ ଅପରେସନ୍‌ ସୁନ୍ଦରୀ, ଏଥର ବାଘୁଣୀକୁ କାବୁ କରିବ ହାତୀ

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆରେ ଅପରେସନ୍‌ ସୁନ୍ଦରୀ। ଏଥର ବାଘୁଣୀକୁ କାବୁ କରିବ ହାତୀ। ଏଥିପାଇଁ ଚନ୍ଦକା ଅଭୟାରଣ୍ୟରୁ ତାଲିମପ୍ରାପ୍ତ ହାତୀ ଯଶୋଦାକୁ ସାତକୋଶିଆକୁ ନିଆଯାଇଛି। ସୁନ୍ଦରୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଦୁଇ ଜଣିଆ ବିଶେଷଜ୍ଞ ଟିମ୍‌ ମଧ୍ୟ ଫେଲ୍‌ ମାରିଛନ୍ତି।

tigress-sundari୧୦ ଦିନ ହେଲା ନାକେଦମ୍‌ କରୁଛି ସୁନ୍ଦରୀ। ଏବେ ହାତୀ ପିଠିରେ ବସି ବିଶେଷଜ୍ଞ ଦଳ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବେ। ଯଶୋଦା ସହ ୪ଜଣ ମାହୁନ୍ତ ଏବଂ ବନକର୍ମଚାରୀ ଆସିଛନ୍ତି। ସୁନ୍ଦରୀ ଏବେ ସାତକୋଶିଆ ପୁରୁଣାକୋର୍ଟ ରେଞ୍ଜର ମଝିପଡ଼ା ଜଙ୍ଗଲରେ ଥିବା ଜଣାପଡିଛି।

You might also like