ଚମ୍ପୁଆ ରେଞ୍ଜ ଜାମୁଦଲକ,ବୈତରଣୀ ନିକଟ ଜଙ୍ଗଲରେ ପ୍ରସବ ବେଦନାରେ ଛଟପଟ ହାତୀ, ଜଗି ରହିଛନ୍ତି ବନ୍ୟ ଚିକିତ୍ସକ

ଯୋଡା(କେନ୍ଯୁଜ୍): ପ୍ରସବ ବେଦନାରେ ଛଟପଟ ହାତୀ । ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ହାତୀଟି ତଳେ ଗଡୁଛି ତ କେତେବେଳେ ଏଣେ ତେଣେ ଘୂରି ବୁଲୁଛି । ଜଗି ରହିଛନ୍ତି ଅନ୍ୟ ହାତୀମାନେ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଜାମୁଦଲକ, ବୈତରଣୀ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଜଙ୍ଗଲରେ ରହିଛନ୍ତି ୨୫ଟିକିଆ ହାତୀପଲ । ସେଥିମଧ୍ୟରୁ ୩ ଟି ହାତୀ ଗର୍ଭବତୀ ଥିଲେ । ୨ଟି ହାତୀ ଶାବକ ଜନ୍ମ କରିଥିବା ବେଳେ ଅନ୍ୟ ଏକ ହାତୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛି । ଦୀର୍ଘ ୮ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେ ମଧ୍ୟ ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇନାହିଁ । ଚମ୍ପୁଆ ବନାଞ୍ଚଳ ଅଧିକାରୀ ଓ ବନ୍ୟ ଚିକିତ୍ସକ ପ୍ରସୂତି ହାତୀ ଉପରେ ନଜର ରଖିଛନ୍ତି । ହାତୀକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବା ବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ଜଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.