ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ କରୋନା ସମୟରେ ଆମେରିକା ଭାରତର ପ୍ରକୃତ ବନ୍ଧୁ

ନୂଆଦିଲ୍ଲୀ: କରୋନା ସମୟରେ ଆମେରିକା ଭାରତର ପ୍ରକୃତ ବନ୍ଧୁ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ସାକ୍ଷାତ ପୂର୍ବରୁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍‌ ସେକେଣ୍ଡ ୱେଭ୍‌ ସମୟରେ ଆମେରିକାର ସହାଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ। ଏହାସହ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ। କହିଥିଲେ ଭାରତବାସୀ ଅପେକ୍ଷା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଟିକାର ମହତ୍ୱପୂର୍ଣ୍ଣ ଉତ୍ସ ଥିଲା। ଭାରତରେ ଯେତବେଳେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ହେଲା ସେତେବେଳେ ଆବଶ୍ୟକ ସମୟରେ ସାହାଯ୍ୟ କରିଥିବାରୁ ଆମେରିକା ଗର୍ବିତ।

ପ୍ରଧାନମନ୍ତ୍ରୀ କହିଥିଲେ ଭାରତ-ଆମେରିକା ପ୍ରାକୃତିକ ଅଂଶୀଦାର। ଉଭୟ ଦେଶର ମୂଲ୍ୟବୋଧ, ଭୂରାଜନୈତିକ ସ୍ୱାର୍ଥ ସମାନ। ସମନ୍ଵୟ ଓ ସହଯୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାଇଡେନଙ୍କ ସମୟରେ ଉଭୟ ଦେଶର ସମ୍ପର୍କ ଶୀର୍ଷକୁ ଛୁଇଁବ ବୋଲି ମୋଦି କହିଥିଲେ। ଭାରତ ଖୁବ୍‌ଶୀଘ୍ର ପୁଣି ବିଦେଶକୁ କୋଭିଡ୍‌ ଟିକା ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଥିବାରୁ ସ୍ୱାଗତ କରିଥିଲେ କମଲା ହାରିସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.