Below header

ସେଲଫି ନେବା ବେଳେ ଯୁବକଙ୍କୁ ଆକ୍ରମଣ କଲା ରକ୍ତମୁଖା ଦନ୍ତା, ହାତୀକୁ ଘଉଡ଼ାଇବା ପାଇଁ ଶହେ ଜଣିଆ ଟିମ୍‌ ନିୟୋଜିତ

କଟକ(କେନ୍ୟୁଜ୍): କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ବୁଲୁଛି ରକ୍ତମୁଖା ଦନ୍ତା ।  ସେଲଫି ନେବା ବେଳେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲା ହାତୀ । ଆହତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କଟକ ନଜରପୁର ଅଞ୍ଚଳରେ ଆକ୍ରମଣକାରୀ ହାତୀ ବୁଲୁଛି । ୨ଟି ହାତୀ ବୁଲୁଛନ୍ତି । ଏଥିରେ ଗୋଟିଏ ଛୋଟ ହାତୀ ରହିଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ପ୍ରଶାସନ ପକ୍ଷରୁ ୩ଟି ଡାକବାଜି ଗାଡ଼ି ଜରିଆରେ ଲୋକଙ୍କୁ ସତର୍କ କରାଯାଉଛି । ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାରୁ ଘରୁ ନବାହାରିବା ପାଇଁ ସତର୍କ କରାଉଛି ପ୍ରଶାସନ । ହାତୀଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ କୁହାଯାଉଛି । ଜନବସତିରୁ ହାତୀକୁ ଘଉଡ଼ାଇବା ପାଇଁ ସିଟି ଫରେଷ୍ଟ ଡିଭିଜନ୍‌ ଓ କଟକ ଫରେଷ୍ଟ ଡିଭିଜନ୍‌ର ଶହେ ଜଣିଆ ଟିମ୍‌ ନିୟୋଜିତ ହୋଇଛନ୍ତି ।

ଅନ୍ୟପଟେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩ ଜଣଙ୍କ ଅବସ୍ଥା ଗୁୁରୁତର ରହିଛି । ମୃତକଙ୍କ ଭିତରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ମହିଳା ଫୁଲ ତୋଳିବା ବେଳେ ପଛପଟରୁ ଆକ୍ରମଣ କରିଥିଲା ଦନ୍ତା । ଆଉ ଗୋଟିଏ ହାତୀର ମୃତଦେହ ମହାନଦୀର ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହୋଇଛି । ଗତକାଲି ରାତିରୁ ବ୍ୟାରେଜ୍‌ ଗେଟ୍‌ ନିକଟରେ ଫସି ରହିଥିଲା ହାତୀ । ଆଜି ସକାଳୁ ଗେଟ୍‌ ଖୋଲିବାରୁ ହାତୀର ମୃତଦେହ ଭାସି ଯାଇଥିଲା । ବ୍ୟାରେଜରେ ହାତୀ ଫସିଥିବା ଖବର ପରେ ସକାଳୁ ସକାଳୁ ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.