ବିଦ୍ୟୁତ୍ ତାର ଚୋରି କରିବା ପଡିଲା ମହଙ୍ଗା, ଜଣଙ୍କୁ ବାନ୍ଧିଲା ପୋଲିସ୍

କଣ୍ଟାମାଲ(କେନ୍ୟୁଜ୍): ବିଦ୍ୟୁତ୍ ତାର ଚୋରି କରିବା ପଡିଲା ମହଙ୍ଗା। ଶେଷରେ ବନ୍ଧିଲା ପୋଲିସ୍। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା କୁଲୁତାଜୋର ପଂଚାୟତ ଟପରଣା ଗାଁରେ। ଏଠାରେ ଚାଲିଥିବା ମେଗା ଲିଫ୍ଟ ଠିକା କାମରେ ବ୍ୟବହୃତ ୧୫୦୦ ମିଟର ବିଦ୍ୟୁତ ତାର ଚୋରି ହୋଇଯାଇଥିଲା।

ଯେଉଁଥିପାଇଁ  ଏନେଇ ଠିକାଦାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କଣ୍ଟାମାଲ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବଲାଙ୍ଗୀର ଜିଲ୍ଲା ତୁଷାରା ଥାନା ବଡ଼ବାହାଲ ଗ୍ରାମର ବିରାଟ ରଣା ନାମକ ଜଣେ ବ୍ଯକ୍ତିଙ୍କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କଲା ପରେ କୋର୍ଟ ଚାଲାଣ କରିଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.