କରଞ୍ଜିଆରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ, ଅମଳ ସମୟରେ ନଷ୍ଟ କରୁଥିବା ବ୍ଯାପକ ଫସଲ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆରେ ହାତୀ ଉପଦ୍ରବ । କରଞ୍ଜିଆ, ଶୁକୃଳି, ରରୁଆ ବ୍ଲକର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଗାଁରେ ହାତୀ ଆତଙ୍କ । ୨୫ଟିକିଆ ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଛନ୍ତି । ସନ୍ଧ୍ୟା ହେଲେ ବିଲରେ ଧାନ ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ଏବେ ଅମଳ ସମୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଥିବା ନେଇ ଚିନ୍ତାରେ ଚାଷୀ କୂଳ ।

ଗତକାଲି ବିଳମ୍ବିତ ରାତିରେ ଏହି ୨୫ଟିକିଆ ହାତୀପଲ ସିଙ୍ଗିଡା ନିକଟରେ ଜାତୀୟ ରାଜପଥ କିଛି ସମୟ ପାଇଁ ଅବରୋଧ କରିଥିଲେ । ଯାହାଫଳରେ ଶହ ଶହ ଗାଡି ରାସ୍ତାକଡରେ ଅଟକି ରହିଥିଲା । ଆଜି ଏହି ହାତୀପଲ ଦୁଧିଆଣି ରେଞ୍ଜ ଅଧୀନ ମତା ଜଙ୍ଗଲରେ ଥିବା ସୂଚନା ଦେଇଛନ୍ତି କରଞ୍ଜିଆ ରେଞ୍ଜ ଅଫିସର ପ୍ରବୀର ମୁର୍ମୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.