କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ, ୪ଟି ଘର ଭାଙ୍ଗିବା ସହ କରିଛନ୍ତି ବ୍ୟାପକ କ୍ଷୟକ୍ଷତି

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଣସଡିହା, ଦାନୁଆବାଲିପୋଷି ଗାଁରେ ଗୋଟେ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ହାତୀଟି ଗାଁରେ ପଶି ୪ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛି ।

ଏହାସହ ପନିପରିବା ଦଳି ମକଚି ନଷ୍ଟ କରିଦେଇଛି। ଦନ୍ତା ହାତୀ ଆତଙ୍କ ପାଇଁ ୪୦ରୁ ଉର୍ଦ୍ଧ୍ଵ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରଞ୍ଜିଆ ରେଞ୍ଜ କୁଜିଆମ ଜଙ୍ଗଲରେ ୮ ଟି ହାତୀପଲ ଥିବା ବନ ବିଭାଗ ସୂଚନା ଦେଇଛି। ଏହି ହାତୀ ପଲ ଦିନରେ ଜଙ୍ଗଲ ଭିତରେ ଲୁଚି ରହିଥିବାବେଳେ ରାତିରେ ଗାଁରେ ପଶି ଉପଦ୍ରବ କରୁଛନ୍ତି। ହାତୀ ପଲ କୁ ଘଡଇବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.