STF କବ୍ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ, ୩ କେଜିରୁ ଅଧିକ ସାମଗ୍ରୀ ଜବତ

ବରଗଡ଼(କେ ନ୍ୟୁଜ):  STF ହାତରେ ହାତୀ ଦାନ୍ତ ଚୋରା ଚାଲାଣକାରୀ। ବରଗଡ଼ ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଡିଲ୍‌ ବେଳେ ମାଡିବସିଲା ଟିମ୍‌ । ଗୋଟିଏ ହାତୀ ଦାନ୍ତ ଜବତ ସହ ରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ବେପାରୀକୁ ଗିରଫ କରିଛି ଟିମ ।

ହାତୀ ଦାନ୍ତର ଓଜନ ୩କେଜି ୩୫୦ଗ୍ରାମ। ଚୋରା ଚାଲାଣ ହେଉଥିବା ଖବର ପାଇ କ୍ରାଇମବ୍ରାଞ୍ଚ STF ଓ ବନବିଭାଗ ମିଳିତ ଭାବେ ଚଢାଉ କରିଥିଲା। ହାତୀ ଦାନ୍ତ କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.