ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ: ଏବେ ମୁହାଁଉଛନ୍ତି ଟାଙ୍ଗି, ଚିଲିକା ଓ ରଣପୁର ଅଞ୍ଚଳକୁ

ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ। ଟାଙ୍ଗି, ଚିଲିକା ଓ ରଣପୁର ଅଞ୍ଚଳକୁ ମୁହାଁଉଛନ୍ତି ହାତୀପଲ । ୫ରୁ ୭ ଦିନ ହେଲା ହାତୀପଲ ଟାଙ୍ଗି ବନଖଣ୍ଡ ଜଙ୍ଗଲରେ ରହି ରାତିରେ ରାମେଶ୍ୱର ପଞ୍ଚାୟତ ଖଜୁରୀପଡା, ଇଚ୍ଛାବତୀ ଆଦି ମୌଜାରେ ରହି ଧାନକିଆରିରେ ପଶି ଫସଲ ନଷ୍ଟ କରୁଛନ୍ତି । କିନ୍ତୁ ବନବିଭାଗ ହାତୀମାନଙ୍କୁ ଘଉଡେଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ହାତୀମାନେ ପ୍ରତିବର୍ଷ ଅଞ୍ଚଳରେ ଧାନଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି। ଶୀଘ୍ର କ୍ଷତିପୂରଣ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବନବିଭାଗକୁ ଚେତାବନୀ ଦେଇଛନ୍ତି ଚାଷୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.