ଏକ ବର୍ଷ ପର୍ଯ୍ୟନ୍ତ କରିନଥିଲେ ସ୍ମାର୍ଟଫୋନର ବ୍ୟବହାର, ପୁରସ୍କାର ମିଳିଲା ୭୨ ଲକ୍ଷ ଟଙ୍କା

ଯଦି ଆପଣଙ୍କୁ ଲାଗୁଥାଏ ଯେ ସ୍ମାର୍ଟଫୋନ ବିନା କେହି ରହିପାରିବେ ନାହିଁ, ଏହା ସମସ୍ତଙ୍କର ଜୀବନ । ଖାସକରି ଯୁବପିଢ଼ି ତାହେଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଜଣେ ୨୯ ବର୍ଷୀୟା ମହିଳା ଏକ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟ ଫୋନର ବ୍ୟବହାର ନକରି ଜିତିଛନ୍ତି ୭୨ ଲକ୍ଷ ଟଙ୍କା । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଏହାସହ ପଢନ୍ତୁ ମୋବାଇଲରେ ଭିଡିଓ ଗେମ ଖେଳିବା ସମୟରେ ଲାଗିଯାଇଥିଲା ନିଦ, ସକାଳୁ ଶେଯରୁ ମିଳିଲା ଶବ

ଏହି କାହାଣୀ ନ୍ୟୁୟର୍କର ୨୯ ବର୍ଷୀୟା ମହିଳା ଏଲାନା ମୁଗଦାନଙ୍କର ଅଟେ । ସେ Scroll Free for a Year Challenge ନାମକ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସେ ସମ୍ପୂର୍ଣ୍ଣ ଏକବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନର ବ୍ୟବହାର କରିନଥିଲେ । ସୂଚନା ଅନୁଯାୟୀ ଏଲାନାଙ୍କ ପାଖରେ ଆଇଫୋନ 5S ଥିଲା କିନ୍ତୁ ଏହି ସମୟରେ ସେ ଆଇଫୋନ ବଦଳରେ ଫିଚର ଫୋନର ଵ୍ୟଵହାର କରିଥିଲେ ।

elana mugdan

 

ସ୍କ୍ରଲ ଫ୍ରି ଫର ଏ ଇୟର ଚ୍ୟାଲେଞ୍ଜରେ ଜିତିବା ପରେ ତାଙ୍କୁ ୧,୦୦,୦୦୦ ଡଲାର ବା ପାଖାପାଖି ୭୨ ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା । ଯଦିଓ ପଇସା ନେବା ପୂର୍ବରୁ ତାଙ୍କୁ ଲାଇ ଡିଟେକ୍ସନ କରାଯିବ । ଏହାପରେ ଯାଇ ସେ ଜିତିଥିବା ପଇସା ପାଇ ପାରିବେ । ଖବର ଅନୁଯାୟୀ ଗତବର୍ଷ ଡିସେମ୍ବର ମାସରେ ଭିଟାମିନ ୱାଟର ଏକ ପ୍ରତିଯୋଗିତାର ଘୋଷଣା କରିଥିଲା । ଯାହାଦ୍ୱାରା ଲୋକମାନେ ସ୍ମାର୍ଟଫୋନକୁ ନିଜଠାରୁ ଦୁରେଇ ରଖିପାରିବେ । ଭିଟାମିନ ୱାଟରର କହିବା ଅନୁଯାୟୀ ଯଦି ଆପଣ ୩୬୫ ଦିନ ପର୍ଯ୍ୟନ୍ତ ସ୍ମାର୍ଟଫୋନର ବ୍ୟବହାର ନକରି ରହିପାରିବେ ତାହେଲେ ଆପଣଙ୍କୁ ଏକ ଲକ୍ଷ ଡଲାରର ପୁରସ୍କାର ମିଳିବ ।

Vitaminwater is offering 71 lakh

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶେଷ ତାରିଖ ୮ ଜାନୁଆରୀ ୨୦୧୯ ରହିଥିଲା । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀ ମାନଙ୍କୁ #nophoneforayear ଏବଂ #contest ସହିତ ଟ୍ୱିଟ କରିବାର ଥିଲା ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ସେୟାର କରିବାର ଥିଲା । ଏହି ପ୍ରତିଯୋଗିତା ସମୟରେ ସ୍ମାର୍ଟଫୋନ ନଥିବା କାରଣରୁ ଏଲାନାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା କିନ୍ତୁ ସେ ସମୟରେ ମଧ୍ୟ ଏଲାନା ସ୍ମାର୍ଟଫୋନରେ ହାତ ଲଗାଇ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.