କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଚମ୍ପୁଆ ରେଞ୍ଜରେ ଜଣେ ମୃତ

କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ । ଭାଙ୍ଗିଲେ ସ୍କୁଲ ଘର କାନ୍ଥ, ଖାଇଗଲେ ମଧ୍ୟାହ୍ନ ଭୋଜନ ଚାଉଳ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିଯୋଡି ସେକ୍ସନର ଚମକପୁର ଜଙ୍ଗଲ ରାସ୍ତାରେ ହାତୀ ହାବୁଡରେ ପଡି ଜଣେ ମୃତ ।

କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ। ଭାଙ୍ଗିଲେ ସ୍କୁଲ ଘର କାନ୍ଥ, ଖାଇଗଲେ ମଧ୍ୟାହ୍ନ ଭୋଜନ ଚାଉଳ । ଗତକାଲି ରାତିରେ ହାତୀପଲ ଝାଟିପଡା ପ୍ରାଥମିକ ବିଦ୍ୟାଳୟ ଓ ସ୍ବାମ୍ ସରକାରୀ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମର ଝରକା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଦେଛନ୍ତି । ହାତୀପଲ ରାତିରେ ଗାଁରେ ପଶି ଉପଦ୍ରବ କରୁଥିବାବେଳେ ଦିନବେଳା ଜଙ୍ଗଲକୁ ଚାଲିଯାଇ ଲୁଚି ରହୁଛନ୍ତି । ଗାଁ ନିକଟରେ ହାତୀ ପଲ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଗତିବିଧି ଉପରେ ନଜର ରଖିଛି ।

କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିଯୋଡି ସେକ୍ସନର ଚମକପୁର ଜଙ୍ଗଲ ରାସ୍ତାରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ମିଥୁନ ମୁଣ୍ଡା । ହରିଡାଯୋଡିରୁ ୪ଜଣ ସାଙ୍ଗ ହୋଇ ମାରସୁଆଁ ହାଟକୁ ଯାଇଥିଲେ । ଫେରିବା ବାଟରେ ବଣୁଆ ହାତୀ ହାବୁଡରେ ପଡିଥିଲେ ୪ଜଣ । ୩ଜଣ ଘଟଣାସ୍ଥଳରୁ ଦୌଡି ପଳାଇଥିବାବେଳେ ମିଥୁନ ମୁଣ୍ଡା ହାତୀ ହାବୁଡରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ କରୁଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.