ମଣିପୁରରୁ ମୁମ୍ବାଇ…ଭାରତ ଯୋଡ଼ୋ ପରେ ଏବେ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବ କଂଗ୍ରେସ

‘ଭାରତ ଯୋଡ଼ୋ ଯାତ୍ରା’ ପରେ ଏବେ କଂଗ୍ରେସ କରିବ ‘ଭାରତ ନ୍ୟାୟ ଯାତ୍ରା’। ଜାନୁଆରୀ ୧୪ରୁ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ। ପୂର୍ବ-ପଶ୍ଚିମ ଭାରତକୁ ଦଳ ଫୋକସ କରିଛି। ମାର୍ଚ୍ଚ ୨୦ ଯାଏ ଏହି ଯାତ୍ରା ଚାଲିବ।

‘ଭାରତ ଯୋଡ଼ୋ ଯାତ୍ରା’ ପରେ ଏବେ କଂଗ୍ରେସ କରିବ ‘ଭାରତ ନ୍ୟାୟ ଯାତ୍ରା’। ଜାନୁଆରୀ ୧୪ରୁ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ। ପୂର୍ବ-ପଶ୍ଚିମ ଭାରତକୁ ଦଳ ଫୋକସ କରିଛି। ମାର୍ଚ୍ଚ ୨୦ ଯାଏ ଏହି ଯାତ୍ରା ଚାଲିବ। ମୁମ୍ବାଇରେ ସରିବ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା।

୧୪ଟି ରାଜ୍ୟର ୮୫ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ। ମୋଟ୍ ୬ ହଜାର ୨୦୦ କିଲୋମିଟର ଅତିକ୍ରମ କରିବ ଭାରତ ନ୍ୟାୟ ଯାତ୍ରା। ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରରେ ଏହି ଯାତ୍ରା କରିବ କଂଗ୍ରେସ। ବସ୍‌ ଯୋଗେ ୧୪ଟି ରାଜ୍ୟ ବୁଲିବେ ନେତା ଓ କର୍ମୀ।

ଏହାବ୍ୟତୀତ ଯାତ୍ରାରେ ସାମିଲ ନେତାମାନେ ମଝିରେ ମଝିରେ କିଛି ସମୟ ପଦଯାତ୍ରା ମଧ୍ୟ କରିବେ। କିଛି ସ୍ଥାନରେ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ନ୍ୟାୟ ଯାତ୍ରାରେ ମହିଳା, ଯୁବ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିବେ ରାହୁଲ ଗାନ୍ଧି। ଗତ ୨୧ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଭାରତ ଯୋଡ଼ୋ ଆରମ୍ଭ କରିବାକୁ ଅନୁରୋଧ କରିଥିଲା କଂଗ୍ରେସ ୱାର୍କିଂ କମିଟି। CWCର ଅନୁରୋଧକୁ ରାହୁଲ ଗ୍ରହଣ କରିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ ବିଧାନସଭା ନିର୍ବାଚନ ଅଛି। ଏହାପୂର୍ବରୁ କଂଗ୍ରେସ କରିବ ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରାରେ ରାହୁଲ ଓଡ଼ିଶା ଆସିବେ। ଆଗାମୀ ନିର୍ବାଚନରେ ଏହାର ପ୍ରଭାବ କ’ଣ ପଡ଼ିବ, ତାହା ଉପରେ ନଜର ରହିବ।

ଗତବର୍ଷ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ରାହୁଲ ଭାରତ ଯୋଡ଼ୋ ଯାତ୍ରା କରିଥିଲେ। ୧୨ଟି ରାଜ୍ୟରେ ୩ ହଜାର ୯୭୦ କିଲୋମିଟର ପଦଯାତ୍ରା କରିବା ପରେ ଜାନୁଆରୀ ୩୦ରେ ଶ୍ରୀନଗରରେ ଶେଷ ହୋଇଥିଲା ଭାରତ ଯୋଡ଼ୋ ଯାତ୍ରା।

କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଶେଷ କରିଛନ୍ତି। ରାହୁଲ ଜାନୁଆରୀ ୧୪ରୁ ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରା ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୦ରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.