କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗି ଖାଇଯାଉଛନ୍ତି ଧାନଚାଉଳ

କେନ୍ଦୁଝର(କେ ନ୍ୟୁଜ):  ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଗୋଳାଗାଡିଆ ଗାଁରେ ଲୋକଙ୍କ ନିଦ ହଜାଇଲେ ୧୫ ଟିକିଆ ହାତୀପଲ । ପ୍ରତିଦିନ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି ହାତୀ । ବନାଞ୍ଚଳରେ ୪୦ଟି ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିମଧ୍ୟରୁ ଏକ ୧୫ ଟିକିଆ ହାତୀ ପଲ ଗତକାଲି ବିଳମ୍ବିତ ରାତିରେ ଗୋଳାଗାଡିଆ ଗ୍ରାମର ଜୟନ୍ତୀ ମୁଣ୍ଡାଙ୍କ ୨ବଖରା ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଦେଇଛନ୍ତି ।

elephant

ସେହିପରି ଗତ ୨ଦିନ ତଳେ ଗ୍ରାମର ବିଷ୍ଣୁ ମହାକୁଡଙ୍କ ୩ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିଲେ ହାତୀ ପଲ । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭୀମକାଣ୍ଡ ସରପଞ୍ଚ ନିରଞ୍ଜନ ନାୟକ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.