ଓଜନ ହ୍ରାସ କରିବା ପାଇଁ ଚିନ୍ତିତ ଥିଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ ପଡିବେ ସମସ୍ୟାରେ

ଆଜିକାଲି  ଘର କାମ ସହ ଅଫିସ କାମରେ ଲୋକ ବହୁତ ବ୍ୟସ୍ତ ହୋଇଯାଉଛନ୍ତି । ଏଥିପାଇଁ ନିଜ ଶରୀର ପ୍ରତି ଦୃଷ୍ଟି ଦେବାକୁ ସମୟ ମିଳୁନି । ଖାଇବାରେ ଅନିୟମିତତା ସହ ପୃଷ୍ଟିକର ଖାଦ୍ୟର ଅଭାବ କାରଣରୁ ଶରୀର ପତଳା ହୋଇଯାଉଛି । ଏହି କାରଣରୁ ଆପଣ ଯଦି ବ୍ୟାୟାମ କରିପାରୁ ନାହାନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏଥିପାଇଁ ନୂଆ ଉପାୟ କହିବୁ । ଯାହାକୁ ଫଲୋ କଲେ ଆପଣ ସୁସ୍ଥ ରହିପାରିବେ ।

– ଯଦି ଆପଣ ସକାଳୁ ବ୍ୟାୟାମ କରିପାରୁନାହାନ୍ତି ତେବେ ସକାଳ ସମୟରେ ଶୀଘ୍ର ଉଠି ଆପଣ ଜଗିଙ୍ଗ କରିପାରିବେ । ମର୍ଣ୍ଣିଂ ୱାର୍କ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ବ୍ଲଡ ସର୍କୁଲେସନ ଠିକ ରହିଥାଏ । ଦେହରେ ଥିବା ଚର୍ବି ଅଂଶ କମିଯାଏ ।

– ଯଦି ଆପଣ ବ୍ୟାୟାମ କରୁନାହାନ୍ତି ତାହେଲେ ଚେଷ୍ଟା କରନ୍ତୁ ଅଧିକରୁ ଅଧିକ ସିଡି ଚଢ଼ିବା ପାଇଁ । ସିଡି ଚଢ଼ିବା ଦ୍ୱାରା ରକ୍ତ ପ୍ରବାହ ଶରୀରରେ ଠିକ ଭାବେ ହୋଇଥାଏ । ଏଥିପାଇଁ ଆପଣଙ୍କୁ ବେଶି କଷ୍ଟ ମଧ୍ୟ କରିବାକୁ ପଡିବ ନାହିଁ । ତେଣୁ ଅଫିସ ଗଲେ ମଧ୍ୟ ଲିଫ୍ଟ ବ୍ୟବହାର ନକରି ସିଡିର ବ୍ୟବହାର କରିପାରିବେ ।

– ଯଦି ଆପଣ ଅଫିସ ଯାଉଛନ୍ତି ତେବେ ଆପଣ ନିଜ ଗାଡ଼ିକୁ ଦୂରରେ ପାର୍କ କରନ୍ତୁ । ଏହାଦ୍ୱାରା ଆପଣ ଚାଲିକି ଆସିପାରିବେ । ଏହାବ୍ୟତିତ ଆପଣ ଛୋଟ ମୋଟ କାମ ପାଇଁ ଚାଲିକି ଯିବାକୁ ଚେଷ୍ଟା କରନ୍ତୁ । ଲଞ୍ଚ କରିବାର ୧୦-୧୫ ମିନିଟ ପରେ ଚ୍ୟାୟାରରେ ବସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.