ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜବତ ହେଲା କୋଡିଏ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଦେଶୀ ମଦ

ରାଉରକେଲା(କେ ନ୍ୟୁଜ): ବାହାର ରାଜ୍ୟରେ ବିକ୍ରି ପାଇଁ ଉଦ୍ଦିଷ୍ଟ ବିଦେଶୀ ମଦ ରାଉରକେଲାରେ ଚୋରାରେ ବିକ୍ରି ପାଇଁ ମହଜୁଦ ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି । ପ୍ରାୟ କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଦେଶୀ ମଦ ଉପରେ ଟ୍ୟାକ୍ସ ଫାଙ୍କି ତାମଡା ଅଞ୍ଚଳରେ ଗଚ୍ଛିତ ରଖିବା ଅଭିଯୋଗରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ । ଚାନ୍ଦିପୋଷ ଥାନା ତାମରା ଅଞ୍ଚଳରୁ ଜବତ ହୋଇଛି ଏହି ମଦ । ତାମଡା ଅଞ୍ଚଳରେ ଗଚ୍ଛିତ ରଖି ସହରର ବିଭିନ୍ନ ହୋଟେଲ ଓ ଢ଼ାବାକୁ ସପ୍ଲାଏ କରୁଥିବା ମାରୁତି ସୁଇଫ୍ଟ ଗାଡ଼ି ସମେତ ମଦ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ ।

ଲକଡାଉନ ସମୟରେ ଏତେ ପରିମାଣରେ ବିଦେଶୀ ମଦ କିଭଳି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କଲା ଓ ଏଥିରେ ଆଉ କେଉଁମାନେ ସାମିଲ୍ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି । ଅନୀଲ ସାହୁ ନାମକ ବ୍ୟକ୍ତି ଚୋରା ବିଦେଶୀ ମଦ ଚାଲାଣ ଅଭିଯୋଗରେ ବାରମ୍ବାର ଗିରଫ ହେଉଥିବା ଜଣାଯାଇଛି | ଏହା ବିରୋଧରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ରାଉରକେଲା ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ଝସକେତନ ବରିହା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.