ବିଶିଷ୍ଟ ସାହିତ୍ୟିକ ମଙ୍ଗୁଲୁ ଚରଣ ବିଶ୍ୱାଳଙ୍କ ୮୬ ବର୍ଷ ବୟସ ପରଲୋକ

ସମ୍ବଲପୁର(କେନ୍ଯୁଜ୍): ବିଶିଷ୍ଟ ଲେଖକ, ଗୀତିକାର ତଥା ଶିକ୍ଷାବିତ ବର୍ଷିଆନ ମଙ୍ଗୁଲୁ ଚରଣ ବିଶ୍ୱାଳଙ୍କ ଦେହାନ୍ତ । ପରମାଣପୁର ନିକଟସ୍ଥ ବାରଡୁଙ୍ଗୁରି ଗ୍ରାମରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ୮୬ ବର୍ଷୀୟ ମଙ୍ଗୁଲୁ ବିଶ୍ୱାଳ ଗତକାଲି ରାତିରେ ଚିରନିଦ୍ରାରେ ଶୋଇପଡ଼ିଥିଲେ ।

ସ୍ବର୍ଗତ ବିଶ୍ୱାଳ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଗୁଡିଏ ରଚନା ସୃଷ୍ଟି କରିଛନ୍ତି । ତାଙ୍କ ରଚନାରେ ନିର୍ମିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା” ଗୋଟିଏ ସମୟରେ ଚହଳ ସୃଷ୍ଟି କରିବା ସହ ଅନେକ ପୁରସ୍କାର ପାଇଥିଲା । ସେ ଦୀର୍ଘଦିନ ଧରି କଟକ ଓ ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନ ସହ ଜଡିତ ଥିଲେ ।

ତାଙ୍କ ରଚିତ ଅନେକ ବିଷୟବସ୍ତୁ ଆଜି ବି  ବିଦ୍ୟାଳୟ ପାଠ୍ୟପୁସ୍ତକରେ ସ୍ଥାନ ପାଉଛି । ଗ୍ରାମାଞ୍ଚଳ ଗୁଡିକର ବିଭିନ୍ନ ନିଚ୍ଛକ ଚରିତ୍ର ଓ ଶୋଭାରାଜି ତାଙ୍କ ଲେଖନୀରେ ପ୍ରାୟତଃ ସ୍ଥାନ ପାଇଥାଏ । କାବ୍ୟ କବିତା ରାଚାନାରେ ସମଗ୍ର ଉତ୍କଳ ପ୍ରଦେଶରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।

ତାଙ୍କ ଦେହାନ୍ତରେ ଶିକ୍ଷାବିତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି  କରିଛି । ରାଜନେତା ଠାରୁ ଶିକ୍ଷାବିତ ପର୍ଯ୍ୟନ୍ତ  ସବୁଆଡୁ ଛୁଟୁଛି ଶୋକସନ୍ତପ ପରିବାରଙ୍କୁ ସମବେଦନାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.