କେନ୍ଦ୍ରାପଡ଼ା ରାଜନଗର କୁରୁଣ୍ଟିରେ ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ ବିଶ୍ୱାଳ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ରାଜନଗର କୁରୁଣ୍ଟି ଗାଁରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ ବିଶ୍ୱାଳ ଓ ବାବୁ ଆହତ ହୋଇଛି । ବାବୁର ବାମ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଚିକିତ୍ସା ପାଇଁ ବାବୁକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇପାରେ । ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ମୋଟର ସାଇକେଲ ଜବତ କରାଯାଇଛି ।

encଗତକାଲି ରାଜନଗର କଣ୍ଡିରା ଗାଁ ଦାଣ୍ଡରେ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ ୩ରୁ ୪ ଜଣ ଦୁର୍ବୃତ୍ତ । ଗାଁ ଲୋକେ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ଏହି ଗୁଳିକାଣ୍ଡ ଘଟଣାରେ ବାବୁର ସଂପୃକ୍ତି ରହିଥିଲା । ବାବୁ ଗତକାଲି ବିଳମ୍ବିତ ରାତିରେ ପେଣ୍ଠ ନିକଟରୁ ଫେରୁଥିବା ବେଳେ ଗୁପ୍ତି ରାସ୍ତାର କୁରୁଣ୍ଟି ନିକଟରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାଡ ଓ ରାଜନଗର ପୋଲିସ ଏନ୍‌କାଉଣ୍ଟର କରିଥିଲା । ଜବାବରେ ବାବୁ ମଧ୍ୟ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ପୋଲିସ ବାବୁ ଉପରକୁ ତିନି ରାଉଣ୍ଡ ଗୁଳି କରିଥିବା ବେଳେ ଦୁଇ ରାଉଣ୍ଡ ଗୁଳିର ବାବୁର ଗୋଡରେ ବାଜିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.