ITDC ହୋଟେଲ ନୀଳାଚଳ ଅଶୋକ ପୁରୀ ବିକ୍ରି ମସୁଧା: ଅନିକେଶ ସାହୁକୁ ଗିରଫ କଲା EOW

ପୁରୀ(କେନ୍ଯୁଜ୍): ITDC ହୋଟେଲ ନୀଳାଚଳ ଅଶୋକ ପୁରୀ ବିକ୍ରି ମସୁଧା। ଏହି ମାମଲାରେ ଅନିକେଶ ସାହୁକୁ ଗିରଫ କଲା EOW । ବିଜୟିନୀ ମହାନ୍ତି ନାମକ ମହିଳାଙ୍କ ଅଭିଯୋଗରେ ଅନିକେଶ ଗିରଫ ହୋଇଛି।

ଅନିକେଶ ନିଜକୁ ITDCର କଣ୍ଟ୍ରାକ୍ଟର କହି ହୋଟେଲ ନୀଳାଚଳ ଅଶୋକକୁ ବିକ୍ରି ପାଇଁ ବିଜୟିନୀଙ୍କ ସ୍ୱାମୀ ତପନ ମହାନ୍ତିଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଆକାଶ ମହାନ୍ତି। ଯିଏ ନିଜକୁ ITDCର ବରିଷ୍ଠ ଅଧିକାରୀର ପରିଚୟ ଦେଇ ଏହି ଡିଲ୍‌ କରିଥିଲେ। ଚନ୍ଦନ ୩ କୋଟି ଟଙ୍କାର ଲାଞ୍ଚ କାରବାର ହେବ ବୋଲି କହିଥିଲେ। ୧୫ କୋଟିର ଡିଲ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.