Below header

ଠାକୁରଙ୍କ ମୂର୍ତ୍ତି ଚୋରି ପରେ ବି ନେଇପାରିଲେନି ଦୁର୍ବୃତ୍ତ, ନଦୀ ବନ୍ଧରେ ଛାଡି ପଳାଇଲେ

ଠାକୁରଙ୍କ ମୂର୍ତ୍ତି ଚୋରି ପରେ ବି ନେଇପାରିଲେନି ଦୁର୍ବୃତ୍ତ। ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧରେ ଛାଡିଗଲେ ମୂର୍ତ୍ତି। ପିପିଲି ବ୍ଲକ ଗୋବର୍ଦ୍ଧନପୁର ସ୍ଥିତ ଦୟା ନଦୀ ବନ୍ଧରେ ଶିବ ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ରଖି ପଳାଇଲେ ଚୋର!

ଭୁବନେଶ୍ୱର (କେନ୍ୟୁଜ): ଠାକୁରଙ୍କ ମୂର୍ତ୍ତି ଚୋରି ପରେ ବି ନେଇପାରିଲେନି ଦୁର୍ବୃତ୍ତ। ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧରେ ଛାଡିଗଲେ ମୂର୍ତ୍ତି। ପିପିଲି ବ୍ଲକ ଗୋବର୍ଦ୍ଧନପୁର ସ୍ଥିତ ଦୟା ନଦୀ ବନ୍ଧରେ ଶିବ ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ରଖି ପଳାଇଲେ ଚୋର!

ଜରି ଅଖାରେ ବନ୍ଧା ହୋଇଥିବା ଏହି ମୂର୍ତ୍ତିକୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଦେଖେଣା ହାରିଙ୍କ ଭିଡ଼ ଜମିଛି। ଏପଟେ ଘଟଣା ବିଷୟରେ ପିପିଲି ପୋଲିସ ସୂଚନା ପାଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅଂଚଳର କିଛି ଲୋକ ଶୌଚ ହେବା ପାଇଁ ନଦୀବନ୍ଧ ଯାଇଥିଲେ । ସେଠାରେ ଏକ ଅଖାରେ ବନ୍ଧା ହୋଇଥିବା ମୂର୍ତ୍ତଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଦୁର୍ବତ୍ତ ମୂର୍ତ୍ତି ଚୋରି କରି ନେଉଥିବା ବେଳେ କୌଣସି କାରଣ ବଶତଃ ଏଠି ମୂର୍ତ୍ତି ରଖି ପଳାଇଯାଇଛି । ଏହି ମୂର୍ତ୍ତି ବହୁତ ପୁରୁଣା ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.