କନ୍ଧମାଳ: ପର୍ଯ୍ୟଟକଙ୍କୁ ମାରଧର କରି ଲୁଟ କରିବା ପଡିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

କନ୍ଧମାଳ(କେନ୍ୟୁଜ୍):  ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଡକାୟତି ଘଟଣାରେ ଗିରଫ। ଫୁଲବାଣୀ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଗତ ୯ତାରିଖ ଦିନ ଏକ  ପର୍ଯ୍ୟଟନସ୍ଥଳୀ ଉର୍ମାଗଡକୁ ଯାଇଥିବା ବେଳେ ସେଠାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ଅନ୍ୟ ୪ଜଣ ଢେଙ୍କାନାଳରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ କାମାକ୍ଷା ବେହେରା ଓ ତାଙ୍କ ସାଙ୍ଗମାନଙ୍କୁ ମାରଧର କରିବା ସହ ତାଙ୍କଠାରୁ ଲୁଟ୍ କରିଥିଲେ।

ଗତ ୧୧ ତାରିଖ ଦିନ ଏନେଇ ଫୁଲବାଣୀ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ କରି  ଫୁଲବାଣୀ ପୋଲିସ ତାଙ୍କୁ ଗିରଫ କରିଛି। ସେପଟେ ଦେବେନ୍ଦ୍ର କହଁରଙ୍କ ସହ ଡକାୟତି ମାମଲରେ ସମ୍ପୃକ୍ତ ଥିବା ଦୁଇ IRBn ଯବାନଙ୍କୁ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ନିଲମ୍ବନ କରିଛନ୍ତି । ସେମାନେ ହେଲେ ଡେପୁଟି ସୁବେଦାର ଶିବବ୍ରତ ବେହେରା ଓ ହାବିଲଦାର ସ୍ରିନିବାସ କହଁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.