ଜୁନ ୧୭ରେସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା,ଛୁଟିରେ ପାଠପଢାରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

କେନ୍ୟୁଜ(ବ୍ୟୁରୋ): ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା । ସାରାଦେଶ କରୋନା ମୁକାବିଲା ପାଇଁ ଲକଡାଉନରେ ରହିଛି, ଏହି ଲକଡାଉନ ଶେଷ ହେବା ପରେ ସ୍କୁଲ କଲେଜ ଖୋଲିବା ସ୍ୱାଭାବିକ ହୋଇଯିବ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗକୁ କ୍ରିଟିକାଲ ଡିପାର୍ଟମେଣ୍ଟ ହିସାବରେ ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ଜୁନ୍‌ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେଣୁ ଲକଡାଉନ୍‌ ଖୋଲିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରୁହନ୍ତୁ। ଯେକୌଣସି ସମୟରେ ପରୀକ୍ଷା ହୋଇପାରେ। ଆଉ କିଛି ଦିନ ପରେ ଏ ସମ୍ପର୍କରେ ସମସ୍ତ କୂଳପତିମାନଙ୍କୁ ଡକାଯାଇ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.