ଟାଙ୍ଗୀ ଅବକାରୀ ବିଭାଗର ବିଭିନ୍ନ ସ୍ଥାନାରେ ଚଢାଉ: ୪୦କେଜି ଭାଙ୍ଗ ସହ ଚୋରା ଦେଶୀ ଓ ବିଦେଶୀ ମଦ ଜବତ,  ୩ ଗିରଫ 

ଟାଙ୍ଗୀ (କେନ୍ୟୁଜ) : ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନାରେ ଚଢାଉ କରି ୪୦ କେଜି ଭାଙ୍ଗ ସହ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଚୋରା କାରବାର ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ  ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ  ଟାଙ୍ଗୀ ଥାନା ମଙ୍ଗଳା ଯୋଡି  ଗ୍ରାମର  ଚିତ୍ତ ରଂଜନ ଦାସ, ରତନପୁର ଗ୍ରାମର କାଳୁ ପରିଡା ଓ କୁହୁଡି ଗ୍ରାମର ପ୍ରତାପ ପଲେଇ ବୋଲି ଜଣାପଡିଛି ।

ସେହିଭଳି  କୁହୁଡି ଗ୍ରାମ ପଂଚାୟତ କାର୍ଯ୍ଯାଳୟର ଅନତିରୁ  ୮ ଲିଟର  ଚୋରା  ବିଦେଶୀ ମଦ  ଜବତ କରାଯିବା ସହ   ପ୍ରତାପ ପଲେଇ ନାମକ ଜଣେ ବ୍ଯକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ  କରାଯାଇଛି । ଆଗକୁ ଏଭଳି ଚଢାଉକୁ ଜୋରଦାର କରାଯିବ ବୋଲି  ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.