ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରା: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କମିସନରେଟ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ଘରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ଭୁବନେଶ୍ୱର କଳ୍ପନା ଛକ ଘର, ଡୁମଡୁମାର ସ୍ପାର୍କ ଫର୍ନିଚର, ଲିଙ୍ଗିପୁର ଫର୍ଣ୍ଣିଚର ଓ୍ଵାର୍କସପ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର୍‌ ସମେତ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସର ୫ ଟିମ ।

ଟିମ୍‌ରେ ୨ ଡିଏସପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ଅଛନ୍ତି । ପୂର୍ବରୁ ଚାକିରୀରୁ ବିଦା ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍‌ସରେ ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ବାର୍‌ ଚଳାଇବା ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ସରିଥିଲା ସାଉଥ ସିଟି ବାରର୍‌ ଲାଇସେନ୍‌ସ ଅବଧି।

ତଥାପି ବେଧଡକ ଭାବେ ବିଳମ୍ବିତ ରାତିଯାଏ ଖୋଲୁଥିଲା ବାର୍‌ । ଉଡୁଥିଲା ପୁଳା ପୁଳା ଟଙ୍କା, ଝୁମୁଥିଲେ ଗ୍ରାହକ। କୋଭିଡ କର୍ଫ୍ୟୁର ଉଲ୍ଲଂଘନ ସହ ଅବକାରୀ ଆଇନ ଅନୁଯାୟୀ ଥାନାରେ ରୁଜୁ ହୋଇଥିଲା। ମନୀଷ ଅନୁରାଗ ହତ୍ୟା ମାମଲାରେ ତଦନ୍ତ ବେଳେ ସାଉଥ ସିଟି ବାର୍‌ର କାରନାମା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.