ରାଜ୍ୟପାଳ ଗଣେଶୀ ଲାଲଙ୍କ ୩ ଦିନରେ ବିମାନ ଖର୍ଚ୍ଚ ୪୬ ଲକ୍ଷ ଟଙ୍କା : ରାଜଭବନକୁ ରିପୋର୍ଟ ମାଗିଲା ସାଧାରଣ ପ୍ରଶାସନ ବିଭାଗ

governer

ଭୁବନେଶ୍ବର : ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ୩ ଦିନରେ ବିମାନ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା । ଏନେଇ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ରିପୋର୍ଟ ଦେବା ପାଇଁ ଚିଠି ଲେଖିଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ । କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଏହି ଗସ୍ତ ଥିଲା, ସେ ବାବଦରେ ଉତ୍ତର ମଗାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଇନ୍ଦିରା ବେହେରା ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ଅଛି, ଗତ ଜୁନ୍‌ ୧୦ ତାରିଖରେ ରାଜ୍ୟପାଳ ଗଣେଶୀ ଲାଲ ଡବଲ୍‌ ଇଞ୍ଜିିନ୍‌ ବିଶିଷ୍ଟ ପ୍ରାଇଭେଟ ଜେଟ୍‌ ଏୟାରକ୍ରାଫ୍ଟରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଇଥିଲେ । ଜୁନ୍‌ ୧୩ ତାରିଖରେ ଦିଲ୍ଲୀରୁ ଫେରିଥିଲେ ଭୁବନେଶ୍ୱର । ଜେଟ୍‌ ଏୟାରକ୍ରାଫ୍ଟ ଭଡ଼ା ବାବଦରେ ୪୧ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ସରକାରଙ୍କ ପାଖକୁ ବିଲ୍‌ ଆସିଛି ।

ସେହିପରି ଜୁନ୍‌ ୧୦ ତାରିଖରେ ରାଜ୍ୟପାଳ ନୂଆଦିଲ୍ଲୀରୁ ଏକ ହେଲିକପ୍ଟରରେ ନିଜ ଜନ୍ମମାଟି ହରିୟାଣାର ଶିର୍ସାକୁ ଯାଇଥିଲେ । ଏଥିପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଜେଟ୍‌ ଏୟାର କ୍ରାଫ୍ଟ ଓ ହେଲିକପ୍ଟର ବାବଦରେ ମୋଟ ୪୬ ଲକ୍ଷ ଟଙ୍କା ୧୮ ହଜାର ଟଙ୍କାର ବିଲ୍‌ ରାଜ୍ୟ ସରକାରଙ୍କ ପାଖକୁ ଆସିଛି । ହେଲେ ୟୁଜର୍ସ ସାର୍ଟିଫିକେଟ ପଇଠ ହୋଇନାହିଁ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗ କହିଛି । ରାଜ୍ୟପାଳଙ୍କ ପାଇଁ କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ବମାନ ଭଡ଼ା ନିଆଯାଇଥିଲା, ଏଥିପାଇଁ କମ୍ପିଟେଣ୍ଟ ଅଥରିଟିଙ୍କ ଅନୁମତି ନିଆଯାଇଥିଲା କି ନାହିଁ ଜଣାଇବାକୁ କୁହାଯାଇଛି । ଗତ ମେ’ ୨୯ ତାରିଖରେ ରାଜ୍ୟପାଳ ଭାବେ ଗଣେଶୀ ଲାଲ୍‌ ଶପଥ ନେଇଥିଲେ । ଏହାପରେ ଜୁନ୍‌ ୧୦ରେ ନୂଆଦିଲ୍ଲୀ ଯାଇଥିଲେ । ସେଠାରୁ ଯାଇଥିଲେ ନିଜ ଜନ୍ମମାଟି ହରିୟାଣାର ଶିର୍ସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.