Below header

ବିଫଳ ପ୍ରେମିକର ଉନ୍ମକ୍ତ କାଣ୍ଡ, ବେକେରି ସପରେ ପଶି ମାଲିକ ଓ ଯୁବତୀଙ୍କ ଉପରେ କଲା ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ପ୍ରେମ ବ୍ୟାପାରରେ ବିଫଳ ହୋଇଥିବା ପ୍ରେମିକର ଉନ୍ମକ୍ତ କାଣ୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା ।  ରାଜଧାନୀର ଜନ ବହୁଳ ସ୍ଥାନ ନୂଆପାଲ୍ଲୀ ଅଞ୍ଚଳର ଜଣେ ବିଫଳ ପ୍ରେମିକାର ଉନ୍ମକ୍ତ କାଣ୍ଡ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏକ ବେକେରି ସପରେ କାମ କରୁଥିବା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଉପରକୁ ଛୁରାମାଡ଼ କରିଛନ୍ତି ଦୁବୃତ୍ତ ଯୁବକ । ଘଟଣାଟି ପ୍ରକୃତରେ ଘଟିଛି ନୟାପଲ୍ଲୀ ଅଂଚଳରେ । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀ ଜଣଙ୍କ କାମ କରୁଥିବା ବେକେରି ସପରେ ପଶି ଯୁବତୀ ଓ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ପାଗଳ ପ୍ରେମିକ । ଗତ ୨୧ ତାରିଖରେ ଘଟିଥିବା ଏହି ଘଟଣାରେ ନୂଆପାଲ୍ଲୀ ପୋଲିସ ତଦନ୍ତ କରି ଅଭିଯୁକ୍ତ କେଦାର ବାରିକଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.