ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟା ଭିତରେ ୬ ହଜାର ୯୭୭ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୧୫୪ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍‌ । ଦେଶରେ ବର୍ତ୍ତମାନ ୭୩ ହଜାର ୫୦୬ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିବା ବେଳେ ୫୭ ହଜାର ୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

coronavirus picମିଳିଥିବା ସୂଚନା ମୁତାବକ, କେବଳ ମହାରାଷ୍ଟ୍ରରେ ୫୦ ହଜାର ୨୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୬୩୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ  ତାମିଲନାଡୁ, ଗୁଜରାଟ, ଦିଲ୍ଲୀରେ ମଧ୍ୟ କ୍ରମଶଃ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଅଣାୟତ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.