ଘରକୁ ଆସି ହାତ ଦେଖି କହୁଛନ୍ତି କି ଭବିଷ୍ୟତ, ତାହେଲେ ଦେଖନ୍ତୁ କଣ ହେଲା ବାବାଙ୍କ ଅବସ୍ଥା

ଏ ଘଟଣାକୁ ସମସ୍ତେ ଜାଣିବା ଦରକାର ଆଉ ସତର୍କ ରହିବା ଦରକାର । ନଚେତ ଆଖିପିଛୁଳାକେ ଆଖିରେ ଆଙ୍ଗୁଳି ଗେଞ୍ଜି ନିମିଶକେ ହିଁ ଚୂନ ଲଗାଇ ଚଳୁ କରିଦେବେ ଆପଣଙ୍କୁ । ବାବାବେଶରେ ଆସି ଭବିଷ୍ୟ କହୁଥିବା ଜଣେ ବ୍ୟକ୍ତି ଏବେ ଧରାପଡିଛନ୍ତି ଲୋକଙ୍କ ହାବୁଡରେ ।

ସୁନ୍ଦରଗଡ (କେନ୍ୟୁଜ) : କଣ ଆପଣଙ୍କ ଘରକୁ ବି ବାବା ବେଶ ଧାରୀ ବ୍ୟକ୍ତି ଆସୁଛନ୍ତି କି…କଣ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ କିପରି ହେବ କହୁଛନ୍ତି କି…ଘରକୁ ଆସି ହାତ ଦେଖି ଭବିଷ୍ୟତ ଏମିତି ହେବ ସେମିତି ହେବ କହୁଛନ୍ତି କି… ତାହେଲେ ଆପଣ ଦେଖନ୍ତୁ ଏ ଭିଡିଓ । କାହିଁକିନା ଏ ଘଟଣାକୁ ସମସ୍ତେ ଜାଣିବା ଦରକାର ଆଉ ସତର୍କ ରହିବା ଦରକାର । ନଚେତ ଆଖିପିଛୁଳାକେ ଆଖିରେ ଆଙ୍ଗୁଳି ଗେଞ୍ଜି ନିମିଶକେ ହିଁ ଚୂନ ଲଗାଇ ଚଳୁ କରିଦେବେ ଆପଣଙ୍କୁ । ବାବାବେଶରେ ଆସି ଭବିଷ୍ୟ କହୁଥିବା ଜଣେ ବ୍ୟକ୍ତି ଏବେ ଧରାପଡିଛନ୍ତି ଲୋକଙ୍କ ହାବୁଡରେ ।

ସୁନ୍ଦରଗଡ ସହରରେ ଅନେକ ସମୟରେ ଛିନତାଇ,ଲୁଟ ଅ।ଦି ଘଟୁଥିବା ନେଇ ପୋଲିସ ପାଖରେ ଅଭିଯୋଗ ହୋଇ ଅ।ସୁଛି। ମାତ୍ର ପୋଲିସ ଏହି ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ, ଏପରିକି ଛୋଟ ଛୋଟ ପିଲା ମାନେ ସପ୍ତାହିକ ବଜାରରେ ଲୋକଙ୍କ ଠାରୁ ମୋବାଇଲ ଚୋରୀ କରୁଥିବାର ନଜିର ରହିଛି । ଆଜି ଏହି ଭଳି ଏକ ଚାଞ୍ଚଲ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି ଟାଉନଥାନା ମହେଶଡିହି ଅଂଚଳରେ।

ବାବା ବେଶରେ ବୁଲୁଥିବା ଜଣେ ଯୁବକକୁ ସ୍ଥାନୀୟ କିଛି ଲୋକ ତାର ପରିଚୟ ପତ୍ର ମାଗିବା ପରେ ସେ କିଛି ଦେଖାଇପାରିନଥିବାରୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଥିଲେ। ମାଡ ଖାଇ ବାବା ବେଶରେ ଥିବା ଯୁବକ ଅଚେତ ହୋଇପଡିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗାଁ ଗାଁ ବୁଲି ଏମିତି ବାବା ବେଶଧାରୀ ଘରକୁ ଘର ଯାଇ ଲୋକଙ୍କୁ ଚୂନା ମାରୁଥିବା ଦେଖିବାକୁ ମିଳିଛି । ଆପଣଙ୍କୁ ଅନୁରୋଧ ରହିବ ଆପଣ କେବେବି ଏମାନଙ୍କ କଥାରେ ଭାଷିଯାଆନ୍ତୁନାହିଁ । ଭବିଷ୍ୟତ ଏମାନେ ଆପଣଙ୍କର କହୁଛନ୍ତି କିନ୍ତୁ ଏମାନଙ୍କ ଅବସ୍ଥା ଏପରି କାହିଁକି । ଯଏ ଭବିଷ୍ୟତ ଜାଣିପାରୁଛି ସେ ତ ତା ଭବିଷ୍ୟତ ସୁଧାରିପାରନ୍ତା, ଆପଣଙ୍କ ଦୁଆରେ ଯାଇକି କାହିଁକି ବସନ୍ତା । ଏ କଥାକୁ ଥରେ ଭାବନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.